Pratidin TV

Odisha's Digital News Platform

ପାର୍କିଂ କାରକୁ ଧକ୍କା ଦେଇ ଓଳଟି ପଡିଲା XUV କାର୍…ଚାଲିଗଲା ୬ ଜୀବନ

1 min read

ହରିୟାଣା ଦୁର୍ଘଟଣା: ପାର୍କିଂ ଗାଡିକୁ ଧକ୍କା ଦେଲା ଅନ୍ୟ ଏକ XUV କାର୍। ରବିବାର ରାତିରେ ହରିୟାଣାର ରେୱାରୀ ଠାରେ ଏକ ପାର୍କିଂ ଗାଡି ସହ ଏକ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିଲେ । ପୋଲିସର ସୂଚନାନୁସାରେ, ମସାନି ଗାଁର ସରକାରୀ ବିଦ୍ୟାଳୟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ୨ଟି କାର ମଧ୍ୟରୁ ଗୋଟିଏ ଓଲଟି ପଡିଥିଲା । ସମସ୍ତେ ଖାତୁ ଶ୍ୟାମରୁ କାରରେ ଦିଲ୍ଲୀ ଫେରୁଥିଲେ।

କୁହାଯାଉଛି ଯେ ଖାତୁ ଶ୍ୟାମରୁ ଫେରୁଥିବା ଲୋକମାନେ କାରର ଷ୍ଟେପିନି ବଦଳାଉଥିଲେ। ସେହି ସମୟରେ ଦ୍ରୁତ ଗତିରେ ଆସୁଥିବା କାର ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ XUV କାର ଓଲଟି ପଡିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ୪ ଜଣ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ମୃତଦେହକୁ ପୋଷ୍ଟ ମର୍ଟମ ପାଇଁ ପଠାଯାଇଥିଲା । ଏବଂ ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Leave a Reply

Your email address will not be published. Required fields are marked *