Pratidin TV

Odisha's Digital News Platform

ହ୍ୟାଣ୍ଡେଲ ବିନା ଇଶାରାରେ ଚାଲିବ Yamaha ର ଏହି ମଡେଲ , ଦୂରରୁ ଥାଇ ମାନିବ ଚାଳକର ସବୁ ଆଦେଶ….

1 min read

ନୂଆଦିଲ୍ଲୀ ; ଦିନକୁ ଦିନ ଦେଶ ଆଧୁନିକତାର ଅନେକ ଉଚ୍ଚା ସିଢୀ ଚଢୁଛି । ତେବେ ଜାପାନ ଏହି ଆଧୁନିକ ଟେକନିକ୍ ଏବଂ ଅନେକ ଜ୍ଞାନକୌଶଳରେ ଦେଶଗୁଡିକୁ ପଛରେ ପକାଇଦେଇଛି । ଦୁନିଆକୁ ମର୍ଡନିଜିମ୍ ଆଉ ଆଡଭାନ୍ସ ଟେକ୍ ନୋଲୋଜିର ପରିଚୟ ଦେଇଛି ଜାପାନ ଦେଶ । ତେବେ ଜାପାନ ସର୍ବଦା ଦୁଇ ଚକିଆ ଜାନର ଚତ୍ମକାରି ଡିଜାଇନ୍ ବନାଇ ନିଜକୁ ଚର୍ଚ୍ଚିତ କରାଇଛି । ସୁନ୍ଦର ସୁନ୍ଦର ଆଡଭାନ୍ସ ଟେକନିକ୍ ସହ ୟାମାହା ସର୍ବଦା ଡିଜାଇନ୍ ସହିତ ମୋଟରସାଇକେଲ୍ ଉତ୍ପାଦନ ପାଇଁ ପ୍ରସିଦ୍ଧ । ବର୍ତ୍ତମାନ ୟାମାହା ଏହାର ନୂତନ ଧାରଣା ସହିତ ମୋଟରସାଇକେଲର ପାରମ୍ପାରିକ ଡିଜାଇନ୍ ଏବଂ ମାନକକୁ ସମ୍ପୂର୍ଣ୍ଣ ରୂପେ ଓଲଟାଇ ଦେଇଛି । ଗୋଟିଏ ପ୍ରକାରେ, ଏହି ନୂତନ ମଡେଲ ସହିତ ୟାମାହା ମୋଟରସାଇକେଲର ପ୍ରାଚୀନ ଶୈଳୀକୁ ଚ୍ୟାଲେଞ୍ଜ କରିଛି । ଏହି ଧାରଣା ମାଧ୍ୟମରେ, କମ୍ପାନୀ ମେସିନ୍ ଏବଂ ମଣିଷ ମଧ୍ୟରେ ଏକ ପାର୍ଟନର ଭଳି ବନ୍ଧନ ବିକାଶ କରୁଛି ।

ବିନା ହ୍ୟାଣ୍ଡେଲ ଆଉ ବିନା ଷ୍ଠାଣ୍ଡରେ ଚାଲିବ ଆଉ ରହିବ ବାଇକ୍ –
ଯଦି ଆପଣଙ୍କୁ କୁହାଯାଏ ଯେ ଆପଣଙ୍କୁ ଏକ ବାଇକ୍ ଚଲାଇବାକୁ ପଡିବ ଯାହାର ହ୍ୟାଣ୍ଡେଲବାର୍ ନାହିଁ । ତେବେ ସମ୍ଭବତ ଆପଣ ଏହା ଥଟ୍ଟା ଲାଗିପାରେ କିନ୍ତୁ ୟାମାହା ଏହାର କନ୍‌ସେପ୍ଟ ଉପସ୍ଥାପନ କରିଛି, ଯାହାକୁ କୌଣସି ହ୍ୟାଣ୍ଡେଲବାର ବିନା କମ୍ପାନୀ ମୋଟୋରଏଡ୍ ୨ ନାମ ଦେଇଛି । ଏହି ବାଇକ୍ରେ ଏପରି ଅନେକ ଫିଚର୍ସ ରହିଛି ଯାହା ଆଜି ପର‌୍ୟ୍ୟନ୍ତ ଆପଣ କୌଣସି ମଡେଲରେ ଦେଖିନଥିବେ ଏହି ବାଇକ୍ ବିଜ୍ଞାନ କଳ୍ପନା ଚଳଚ୍ଚିତ୍ରରେ ପ୍ରଦର୍ଶିତ କାଳ୍ପନିକ ବାଇକ୍ ପରି ଦେଖାଯାଏ । ଯାହାର ଭବିଷ୍ୟତ ଡିଜାଇନ୍ ଏବଂ ଟେକ୍ନୋଲୋଜି ସମ୍ପୂର୍ଣ୍ଣ ଅନନ୍ୟ । ଏହି ବାଇକ୍ ନିଜ ଦ୍ୱାରା ବାଲାନ୍ସ ହୋଇଥାଏ । ଆଉ ଏହାକୁ ବିନା ଷ୍ଟାଣ୍ଡରେ ମଧ୍ୟ ରଖାଯାଏ ।

Advertisement

ଏହା ବ୍ୟତୀତ ଏଥିରେ ମୁୁହଁ ଚିହ୍ନିବା ( ଫେସିଅଲ ରେକଗ୍‌ନାଇଜେଶନ )ବ୍ୟବସ୍ଥା ମଧ୍ୟ ପ୍ରଦାନ କରାଯାଇଥାଏ । ଯାହା ଗାଡି ମାଲିକଙ୍କ ଚେହେରାକୁ ଚିହ୍ନିଥାଏ ଏବଂ ଅନ୍ୟ ସମସ୍ତ ଫିଚର୍ସକୁ ସକ୍ରିୟ କରିଥାଏ । ଏହା ମାଲିକକୁ ଅନେକ ଦୂରରୁ ଚିହ୍ନଟ କରିଦେବ । ଏହା ମାଲିକକୁ ଦୂରରୁ ଚିହ୍ନିବା ସହ ମାଲିକ ଇସାରାରେ ମାଲିକ ପଛେ ପଛେ ମଧ୍ୟ ଚାଲିଥାଏ ।

ତେବେ ଏହାର ପ୍ରସ୍ତୁତ ସମୟରେ ଏଆଇ ର ବ୍ୟବହାର ହୋଇ ପ୍ରସ୍ତୁୁତ କରାଯାଇଛି । କିନ୍ତୁ ଏହା କେବେ ପୁରା ବିଶ୍ୱରେ ଲଞ୍ଚ ହେବ ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇନିି ଚାଇନା ।

Leave a Reply

Your email address will not be published. Required fields are marked *