Pratidin TV

Odisha's Digital News Platform

ରାସ୍ତାକଡ ଦୋକାନରୁ ସ୍ତ୍ରୀଙ୍କ ପାଇଁ ଚକୋଲେଟ କିଣିଲେ କେଜିଏଫ୍ ଷ୍ଟାର ,ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ …

1 min read

ସାଉଥ୍ ର ସୁପର ଷ୍ଟାର । କେବଳ ସାଉଥ୍ ନୁହେଁ ସେ ହେଉଛନ୍ତି ପ୍ୟାନ ଇଣ୍ଡିଆ ଷ୍ଟାର । ତାଙ୍କର ରହିଛନ୍ତି ଲକ୍ଷ ଲକ୍ଷ ପ୍ରଶଂସକ । ହେଲେ ୟଶ ଜଣେ ସୁପରଷ୍ଟାର ହୋଇଥିଲେ ବି ଜଣେ ସାଧା ସିଧା ମଣିଷ । ମନରେ ତାଙ୍କର ଟିିକିଏ ବି ଅହଂକାର ନାହିଁ । ପିନାଦିନରୁ ଅନେକ ସଂଘର୍ଷ ପରେ ସେ ପାଇଥିଲେ ସଫଳତା ।

ସେଥିପାଇଁ ବୋଧେ ତାଙ୍କ ମନରେ ଟିକିଏ ବି ଗର୍ବ ନାହିଁ । ଏବେ ଅଭିନେତାଙ୍କ ଏକ ଫଟୋ ଭାଇରାଲ ହେଉଛି । ଯେଉଁଥିରେ ସେ ରାସ୍ତାକଡ଼ର ଏକ ଦୋକାନରୁ କିଛି କିଣୁଥିବା ଦେଖାଯାଉଛି । ଫଟୋଟି ସୋଶିଆଲ ମିଡିଆରେ ବେଶ୍ ଭାଇରଲ ହେବାରେ ଲାଗିଛି । ୟଶ ସ୍ଥାନୀୟ ଏକ ମନ୍ଦିରକୁ ଯିବା ସମୟରେ ବାଟରୁ ପତ୍ନୀଙ୍କ ପାଇଁ ନିଜେ ଯାଇ ଏକ ଆଇସକ୍ୟାଣ୍ଡି କିଣିଥିଲେ । ତାଙ୍କର ସାଧାରଣ ଚଳଣି ପ୍ରଶଂସକଙ୍କ ମନ ମୋହିବାରେ ସଫଳ ହୋଇଛି । କେହି ଜଣେ ଏହାର ଫଟୋ ଉଠାଇଥିଲେ । ସୋସିଆଲ ମିଡିଆରେ ଏହା ଶେୟାର ହେବା ପରେ ଭାଇରାଲ ହେବାରେ ଲାଗିଛି ।

Advertisement

Leave a Reply

Your email address will not be published. Required fields are marked *