Pratidin TV

Odisha's Digital News Platform

ଫିକା ପଡିଲା ରକ୍ତ ସର୍ମ୍ପକ ; ଦାଦାର ଛୁରା ମାଡରେ ପୁତୁରା ଗୁରୁତର ….

ପୁରୀ : ଫିକା ପଡିଲା ରକ୍ତ ସମ୍ପକ । ଦାଦାର ଛୁରା ମାଡରେ ପୁତୁରା ହେଲା ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ପୁରୀ ଜିଲ୍ଲାରେ ଘଟିଛି ।

ଖବର ଅନୁଯାୟୀ ପୁରୀ ଜିଲ୍ଲା ବଳିଆପଣ୍ଡା ନାଲି ପଡିଆ ଠାରେ ଦାଦାର ଛୁରା ମାଡ଼ରେ ପୁତୁରା ଗୁରୁତର । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ପୁତୁରାକୁ ଚିକିତ୍ସାଳୟରେ ଭର୍ତ୍ତି କରାଇଛି । ତେବେ ଆହତ ବ୍ୟକ୍ତି /ପୁତୁରା ଜଣଙ୍କ ହେଲା ଗଞ୍ଜାମ ଜିଲ୍ଲାର ଶିବ ବେହେରା , ବୟସ ୨୬ । ତେବେ ନିଜ ପରିବାର ସହ ବଳିଆପଣ୍ଡରେ ରୁହନ୍ତି ଶିବ ଏବଂ ସେଠାରେ ରହି ଶ୍ରମିକ କାର୍ଯ୍ୟ କରନ୍ତି ।

ଗତକାଲି ରାତିରେ କୌଣସି କାରଣ ନେଇ ଦାଦ ଶଙ୍କର ବେହେରା ଓ ପୁତୁରା ଶିବଙ୍କ ଭିତରେ ବଚସା ଆରମ୍ଭ ହୋଇଥିଲା । ଯାହା ପରବର୍ତ୍ତି ସମୟରେ ଭୟଙ୍କର ରୂପ ନେଇଥିଲା । ରାଗରେ ଦାଦା ଶଙ୍କର ଶିବ ପେଟରେ ଛୁରୀ ଭୂଷି ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଶିବ ପେଟରୁ ଅନ୍ତ ବୁଜୁଳା ବାହାରି ପଡିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିବକୁ ଉଦ୍ଧାର କରି ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି ।

Leave a Reply

Your email address will not be published. Required fields are marked *