ସପ୍ତାହେ ଭିଜାଇବ ! ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ !
1 min readଆହୁରି ୭ ଦିନ ବର୍ଷାରେ ଭିଜିବ ଓଡିଶା | ୧୯ ତାରିଖରେ ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ ବର୍ଷା ସମ୍ଭାବନା ରହିଛି | ପ୍ରବଳ ବର୍ଷା ନେଇ ଆଜି ୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ | ତେବେ ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି |
ସେହିପରି ଆସନ୍ତାକାଲି ଏହି ଜିଲ୍ଲା ସମେତ ନବରଙ୍ଗପୁର, ପୁରୀ, ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି | ୧୯ ତାରିଖରେ କିଛି ଜିଲ୍ଲାରେ ବର୍ଷାର ପରିମାଣ ବଢିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି | ଅନ୍ୟପଟେ ମୌସୁମୀ ଋତୁରେ ଏଯାଏଁ ରାଜ୍ୟରେ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି | ମାଲକାନଗିରିରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି |
ତେବେ ମୟୁରଭଞ୍ଜରେ ସବୁଠୁ କମ ବର୍ଷା ହୋଇଥିବାବେଳେ ୧୭ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ରେକର୍ଡ କରିଛି | ତେବେ ସୂଚନା ରହିଛି ବର୍ତ୍ତମାନ ସୁଦ୍ଧା ବାଲେଶ୍ୱର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ସ୍ଥିତି ରହିଛି | ବାଲେଶ୍ୱର ଜିଲ୍ଲାର ଚାଷୀ ଏବେ ଚିନ୍ତାରେ ପଡିଛନ୍ତି |