Pratidin TV

Odisha's Digital News Platform

ହୀରାକୁଦ ଡ୍ୟାମ୍‌ରେ ବୁଡି ନିଖୋଜ ଘଟଣା : ମିଳିଲା ଜଣଙ୍କ ମୃତଦେହ

hand drown in the water looking for help

ଭୁବନେଶ୍ୱର : ଗତକାଲି ସମ୍ବଲପୁରରେ ହୀରାକୁଦ ଡ୍ୟାମ୍‌ର ଝାଙ୍କରାଣୀ ମନ୍ଦିର ନିକଟରେ ଗାଧୋଇବାକୁ ଯାଇ ବୁଡି ନିଖୋଜ ହୋଇଯାଇଥିଲେ ୩ ଜଣ ବ୍ୟାକ୍ତି । ତନ୍ମଧ୍ୟରୁ ଜଣଙ୍କୁ ଗତକାଲି ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟରେ ଊର୍ଦ୍ଧାର କରାଯାଇଥିବା ବେଳେ ୨ ଜଣ ନିଖୋଜ ଥିଲେ ।

ଆଜି ସକାଳୁ ଅଗ୍ନିଶମବାହିନୀ ଟିମ୍‌ର ଅନେକ ଖୋଜାଖୋଜି ପରେ ଏମସିଏଲ୍ କର୍ମଚାରୀ ଅଭିଷେକ କୁମାରଙ୍କ ମୃତଦେହ ଠାବ କରାଯାଇଛି । ତେବେ ଆଉ ଜଣେ ନିଖୋଜ କର୍ମଚାରୀ ମହେଶ ଛିଟୁରୀଙ୍କୁ ଖୋଜିବାରେ ଲାଗିଛି ଟିମ୍ ।

Leave a Reply

Your email address will not be published. Required fields are marked *