Pratidin TV

Odisha's Digital News Platform

ସନ୍ଦେହ ଘେରରେ ପ୍ରଫେସର : ଘରକଳିକୁ ବାହରେ କାହିଁକି ପକାଇଲେ ପତ୍ନୀ

1 min read

ବ୍ରହ୍ମପୁର : ନିକଟରେ ଏକ କଲେଜ୍ ପ୍ରଫେସରଙ୍କ ଭିଡିଓଟି ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଜଣେ ମହିଳା ତାଙ୍କୁ ଚପଲରେ ପିଟୁଥିବାର ଦେଖିବାକୁ ମିଳିଥିଲା । ତେବେ ଘଟଣାଟି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସକାଳ ୧୧ ଟା ସମୟର ଦୃଶ୍ୟ । ସୂଚନା ଅନୁ୍‌ଯାୟୀ ଗତକାଲି ଉକ୍ତ ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଅନୀଲ କୁମାର ତିରିୟା ତାଙ୍କ ଚାମ୍ବରରେ ବସିଥିଲେ । ଏହି ସମୟରେ ହଠାତ୍ ଚାମ୍ବର ଭିତରକୁ କ୍ରୋଧାନ୍ୱିତ ଅବସ୍ଥାରେ ପଶିଆସିଥିଲେ ତାଙ୍କ ପତ୍ନୀ । ଚାମ୍ବର ଭିତରେ ପଶିବା ପରେ କବାଟଟିକୁ ଭିତରପଟୁ ଲକ୍ କରିଦେଇଥିଲେ ସେ ।

ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଚାଲିଥିଲା ପାଟିତୁଣ୍ଡ । ଝଗଡା ବଢିବାରୁ ଆଖପାଖରେ ଥିବା ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଦୈଡାଦୈଡି ହୋଇ ଆସିଥିଲେ । କିନ୍ତୁ କବାଟଟି ଭିତରପଟୁ ଲକ୍ ପଡିଥିବାରୁ ସେମାନେ ଭେଣ୍ଟିଲେସନ୍ ଦ୍ୱାର ଦେଇ ପଶିଥିଲେ । ଏହାପରେ ଜଣେ ମହିଳା ପ୍ରଫେସରଙ୍କୁ ପିଟୁଥିବାର ଦେଖି ସେମାନେ ସମସ୍ତେ ଯାଇଁ ପ୍ରତିବାଦ କରିଥିଲେ । ତେବେ ମହିଳା ଜଣଙ୍କ ଅନୀଲଙ୍କ ପତ୍ନୀ କହିବାପରେ ଅନ୍ୟ ଅଧ୍ୟାପକ/ଅଧ୍ୟାପିକା ମାନେ ପ୍ରଥମେ ଟିକେ ସଙ୍କି ଯାଇଥିଲେ । ପରେ ଉଭୟଙ୍କୁ ବୁଝା ସୁଝା କରି ମାମଲାଟିକୁ ଶାନ୍ତ କରାଇଥିଲେ ।

Advertisement


ତେବେ ହଠାତ୍ ମହିଳା ଜଣଙ୍କ ଏପରି କାହିଁକି କରିଥିଲେ ତାହା ଜଣାପଡିନାହିଁ । ନିଜ ଘର ସମସ୍ୟକୁ ଏପରି ପଦାରେ ପକାଇବ ଜମା ଛୋଟ କଥାନୁହେଁ । ଜଣେ ପ୍ରଫେସର ହୋଇ ସେ ଏଭଳି କଣ କରିଥିଲେ ,ଯେଉଁଥିପାଇଁ ସ୍ତ୍ରୀତାଙ୍କ ଅଫିସକୁ ଆସି ଚପଲରେ ପିଟିଥିଲେ ।

Leave a Reply

Your email address will not be published. Required fields are marked *