Pratidin TV

Odisha's Digital News Platform

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ‘ଭଗବାନ କୃଷ୍ଣ’ଙ୍କ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ ,କହିଲେ..

1 min read

ଉତରପ୍ରଦେଶ : ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କଲେ କେନ୍ଦ୍ର ମନ୍ତ୍ରୀ । କହିଲେ, ସାଧାରଣ ଲୋକଙ୍କୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭଗବାନ କୃଷ୍ଣଙ୍କ ସହ ତୁଳନା କରିଛନ୍ତି । ଏଥିସହ କେନ୍ଦ୍ର ମନ୍ତ୍ରୀ ଉତରପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଛନ୍ତି ।

Advertisement

ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଯେତେବେଳେ ବି ଅନ୍ୟାୟ ହୁଏ, ସେଠାରେ ସେ ଅନ୍ୟାୟକୁ ଦୂର କରିବାକୁ ଅବତାରିତ ହୁଅନ୍ତି । ସେହିଭଳି ଉତରପ୍ରଦେଶରେ ଯୋଗୀ ଜୀ ସାଧାରଣ ଲୋକଙ୍କୁ ସୁରକ୍ଷା ପାଇଁ କାର୍ଯ୍ୟ କରୁଛନ୍ତି । ଯେଉଁମାନେ ସମାଜ ପାଇଁ ବିପଜ୍ଜନକ ସେମାନଙ୍କ ବିରୋଧରେ ଦୃଢ ପଦକ୍ଷେପ ନେଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।

ସେହିପରି କେନ୍ଦ୍ର ମନ୍ତ୍ରୀ ଗୋରଖପୁରରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣର ୧୮ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ଏହି ସମୟରେ ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି, ଯୋଗୀ ଜୀ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଏକ ଉଦାହରଣ ସୃଷ୍ଟି କରିଥିବାରୁ ମୁଁ ଖୁସି । ମୁଁ ଏହା ପୂର୍ବରୁ କହିଥିଲି ଯେ, ଉତରପ୍ରଦେଶର ରାସ୍ତାକୁ ଆମେରିକା ସହିତ ସମାନ କରିବୁ ଏବଂ ସେହି ଦିଗରେ ଆମର ଉଦ୍ୟମ ଆରମ୍ଭ ହୋଇଛି ।

Leave a Reply

Your email address will not be published. Required fields are marked *