Pratidin TV

Odisha's Digital News Platform

ଯୁବତୀମାନଙ୍କ ସହ ନାଚିଲେ ଯୋଗୀ ଆଦିତ୍ୟନାଥ; ନକଲି ଭିଡିଓ ଭାଇରାଲ, ଏନେଇ ମାମଲା ହେଲା ରୁଜୁ

ଯୁବତୀମାନଙ୍କ ସହ ନାଚିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଭାଇରାଲ ହେଲା ଭିଡ଼ିଓ | ତେବେ ଏହି ଭିଡ଼ିଓ ନକଲି ବୋଲି ଜଣାପଡିଛି | ତେଣୁ ପୋଷ୍ଟ କରିଥିବା ବ୍ୟକ୍ତି ନାଁରେ ହୋଇଛି ମାମଲା ରୁଜୁ |

ସୂଚନା ଅନୁଯାୟୀ, ସୋସିଆଲ ମିଡିଆରେ ଏକ ଭିଡ଼ିଓ ପୋଷ୍ଟ ହୋଇଥିଲା | ଯେଉଁଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଯୁବତୀମାନଙ୍କ ସହ ନାଚୁଥିବାର ଦେଖିବାକୁ ମିଳିଥିଲା | ତେବେ ଏହି ଭିଡ଼ିଓରେ ସ୍ପଷ୍ଟ ଜଣାପଡିଥିଲା ଯେ, ଏହା ନେକଲିଳ ଭିଡ଼ିଓ ଅଟେ |

ଏହି ମାମଲାରେ ଧର୍ମପାଳ ସିଂହ ଅଭିଯୋଗ କରିଛନ୍ତି, ଯେଉଁଥିରେ ନବୀନ ସିଂହ ନାମକ ଯୁବକଙ୍କ ଉପରେ ଅଭିଯୋଗ ଲାଗିଛି କି ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅପମାନଜନକ ଭିଡିଓ ପ୍ରସ୍ତୁତ କରି ପୋଷ୍ଟ କରିଛନ୍ତି । ଏହି ମାମଲାରେ ହଜରତଗଞ୍ଜ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କ ବିରୁଦ୍ଧରେ ଯାଞ୍ଚ ଆରମ୍ଭ କରିଦେଇଛି । ଅନ୍ୟପଟେ ଧର୍ମପାଳ ସିଂହ ନିଜ ଅଭିଯୋଗରେ ଜଣାଇଛନ୍ତି କି ନବୀନ ସିଂହ ସ୍କେଚନ ନାମକ ୟୁଟ୍ୟୁବ୍ ଚ୍ୟାନେଲରୁ ମୁଖ୍ୟମନ୍ତ୍ରୀଙ୍କ ନାଁ ଖରାପ କରିବାକୁ ଚେଷ୍ଟା କରାଯାଇଛି । ଏହି ଭିଡିଓ ସମସ୍ତଙ୍କ ଭାବନାକୁ ଆଘାତ ଦେଇଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *