Pratidin TV

Odisha's Digital News Platform

ଋଷିକେଶ ଏମସରେ ଅସୁସ୍ଥ ମାଆଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ

ଋଷିକେଶ ଏମସରେ ନିଜ ମାଙ୍କୁ ଭେଟିଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଉତ୍ତରଖଣ୍ଡର ଋଷିକେଶ ଏମସ ମେଡିକାଲ ଗସ୍ତ କରିଛନ୍ତି ଯୋଗୀ ଆଦିତ୍ୟନାଥ | ଏଠାରେ ଚିକିତ୍ସିତ ହେଉଥିବା ନିଜ ମା ଙ୍କୁ ସାକ୍ଷାତ କରି ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି |

ସୂଚନା ଅନୁଯାୟୀ, ଯୋଗୀ ଅଦିତ୍ୟନାଥଙ୍କ ମା ହେଉଛନ୍ତି ସାବିତ୍ରୀ ଦେବୀ | ଯିଏ ଗତ ମେ ୧୫ ତାରିଖରୁ ଏମସରେ ରହି ଚିକିତ୍ସିତ ହେଉଛନ୍ତି | ତାଙ୍କ ସହ ତାଙ୍କ ବଡ ଭଉଣୀ ମଧ୍ୟ ମେଡିକାଲରେ ରହି ମା ଙ୍କ ଦେଖାରେଖ କରୁଛନ୍ତି | ଏହାପ୍ରଭୁରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମୀ ଏମସ ଗସ୍ତ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମାଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତରଙ୍କ ଶଃ କଥାବାର୍ତ୍ତା ହୋଇଥିଲେ |

ଯୋଗୀ ଆଦିତ୍ୟନାଥଙ୍କ ପୈତୃକ ଗ୍ରାମ ଏମସ ଠାରୁ ମାତ୍ର ୫0 କିମି ଦୂରରେ ଅବସ୍ଥିତ | ତେବେ ଯୋଗୀ ଆଦିତ୍ୟନାଥଙ୍କ ମା ଙ୍କ ଚିକିତ୍ସା ପ୍ରାୟ ବହୁ ସମୟ ଧରି ଚାଲି ଆସୁଛି | ତେବିବେ ଯୋଗୀ ତାଙ୍କ ମା ଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ରୁଦ୍ର ପ୍ରୟୋଗରେ ହୋଇଥିବା ବସ ଦୁର୍ଘଟଣାରେ ଆହତମାନଙ୍କୁ ମଧ୍ୟ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରି ବୁଝିଛନ୍ତି |

Leave a Reply

Your email address will not be published. Required fields are marked *