Pratidin TV

Odisha's Digital News Platform

ଗର୍ଭବତୀ ବୋହୂକୁ ଶ୍ୱଶୁର ଦୁଷ୍କର୍ମ କରିବା ପରେ ସ୍ତ୍ରୀ କୁ ମା’ କହିଲା ସ୍ୱାମୀ..

1 min read



ଉତ୍ତରପ୍ରଦେଶ: ଯୌନ ନିର୍ଯ୍ୟାତନାର ଶିକାର ହେଲା ବୋହୂ । ୭ମାସର ଗର୍ଭବତୀ ବୋହୂକୁ ଦୁଷ୍କର୍ମ କଲା ଶ୍ୱଶୁର । ଆଉ ଏହା ଜାଣିବା ପରେ ସ୍ତ୍ରୀକୁ ଛାଡିଦେଲା ସ୍ୱାମୀ । ଯାହାକୁ ନେଇ ଥାନର ଦ୍ୱାରସ୍ଥ ହେଲା ପିଡିତା ମହିଳା ଜଣକ । ହଁ ଆଜ୍ଞା ଚଳିତ ବର୍ଷ ଜୁଲାଇ ୫ ତାରିଖରେ ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଏଭଳି ଅଭାବନୀୟ କାଣ୍ଡ ଘଟିଛି । ସୂଚନା ମୁତାବକ ଜଣେ ମହିଳା ଉପରେ ଶ୍ୱଶୁରଙ୍କ ଖରାପ ନଜର ରହିଥିଲା । ପରେ ମହିଳା ଜଣକ ସାତ ମାସର ଗର୍ଭବତୀ ଥିବା ଜାଣି ବି ଶ୍ୱଶୁର ତାଙ୍କୁ ଦୁଷ୍କର୍ମ କରିଥିଲା । ଆଉ ଯେତେବେଳେ ମହିଳାଙ୍କ ସ୍ୱାମୀ ଏ ଘଟଣା ସମ୍ପର୍କରେ ଜାଣିଲେ ସେତେବେଳେ ସେ ତାଙ୍କ ସ୍ତ୍ରୀକୁ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । ପରେ ମହିଳା ଜଣକ ଏକ ସନ୍ତାନଙ୍କୁ ଜନ୍ମ ଦେଇଥିଲେ ।


ତେବେ ୨୩ ବର୍ଷୀୟ ପିଡିତାଙ୍କ ଅଭିଯୋଗ ଅନୁସାରେ ସେ ଘରେ ଏକା ଥିବା ସମୟରେ ଅଭିଯୁକ୍ତ ଶ୍ୱଶୁର ପାଖକୁ ଆସି ଏପରି କାଣ୍ଡ ଘଟାଇଥିଲା । ଆଉ ଏହି ଘଟଣା ବିଷୟରେ ସେ ଯଦି କାହାକୁ କହିବେ ତାହେଲେ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଅଭିଯୁକ୍ତ ମହିଳାଙ୍କୁ ଧମକ ଦେଇଥିଲା । କିନ୍ତୁ ପରେ ପଡିତା ମହିଲା ଜଣକ ସେପ୍େଟମ୍ବର ୭ ରେ ଏନେଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ସେ କହିଛନ୍ତି ଯେ ଯେତେବେଳେ ଏହି ଘଟଣା ସମ୍ପର୍କରେ ତାଙ୍କ ସ୍ୱାମୀଙ୍କୁ ଜଣାଇଥିଲେ । ସେତେବେଳେ ସ୍ୱାମୀ କହିଥିଲେ ଯେ ମୋ ପିତାଙ୍କ ସହ ଅନୁପଯୁକ୍ତ ଭାବେ ଜଡିତ ଥିବାରୁ ଆମେ ଆଉ ସ୍ୱାମୀ ସ୍ତ୍ରୀ ଭାବରେ ଏକାଠି ରହି ପାରିବୁ ନାହିଁ ବୋଲି । ତେବେ ସ୍ୱାମୀଙ୍କ ଠାରୁ ଏ କଥା ଶୁଣିସାରିବା ପରେ ପଡିତା ମହିଲା ଜଣକ ବାଧ୍ୟରେ ନିଜକୁ ତାଙ୍କ ପିତାଙ୍କ ସ୍ତ୍ରୀ ବୋଲି ଦାବି କରିଥିଲେ । କିନ୍ତୁ, ସେ ତାଙ୍କ ସ୍ୱାମୀଙ୍କୁ ଶାରୀରିକ ନିର୍ଯାତନା ଦେଇ ତାଙ୍କୁ ଘରୁ ବାହାର କରି ଦେଇଥିଲେ । ଏସବୁ ପରେ ମହିଳା ଜଣକ ନିଜର ସମ୍ମାନ ରକ୍ଷା କରିବାକୁ ଯାଇ ଚୁପ ରହିଥିିଲେ । ହେଲେ ତାଙ୍କର କୈାଣସି ଭୁଲ ନଥାଇ ମଧ୍ୟ ସ୍ୱାମୀ ତାଙ୍କ ଠାରୁ ଅଲଗା ହୋଇଥିବାରୁ ପରେ ସେ ବାଧ୍ୟ ହୋଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ ବୋଲି ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଏହି ପରିସ୍ଥିତିକୁ ଦୃଷ୍ଟିରେ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *