Pratidin TV

Odisha's Digital News Platform

ଭୋଟର କାର୍ଡ ନଥିଲେ ବି ଦେଇପାରିବେ ଭୋଟ , ଜାଣନ୍ତୁ କଣ ରହିଛି ନିୟମ ?

ବାଜି ସାରିଛି ନିର୍ବାଚନି ବିଗୁଲ୍ । ନିର୍ବାଚନୀ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର । ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ନେତାଙ୍କ ଠାରୁ ଭୋଟର ପର୍ଯ୍ୟନ୍ତ ସମସ୍ତେ ବେସ୍ ଉତ୍ସାହିତ । ତେବେ ନିର୍ବାଚନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୋଟର କାର୍ଡ । ଯଦି ଜଣେ ଭୋଟର ପାଖରେ ଭୋଟର କାର୍ଡ ନାହିଁ ତାହେଲେ ବି ସେ କରିପାରିବେ ମତଦାନ । ଏଥିଲାଗି ତାଙ୍କ ନାମ ସେହି ଏଥିଲାଗି ତାଙ୍କ ନାମ ଉକ୍ତ ପୁଲିଂ ବୁଥରେ ରହିଥିବା ଆବଶ୍ୟକ ।

ଏହାଛଡ଼ା ଜଣେ ଭୋଟରଙ୍କୁ କିଛି ପରିଚୟପତ୍ର ମଧ୍ୟରୁ କୌଣସି ଗୋଟିଏକୁ ପୁଲିଂ ଅଧିକାରୀଙ୍କୁ ଦେଖାଇବାକୁ ପଡ଼ିବ । ଆଧାର କାର୍ଡ, ମନରେଗା ଜବ୍ କାର୍ଡ, ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରୁ ଜାରି କରାଯାଇଥିବା ଫଟୋ ଥିବା ପାସବୁକ୍‌, ଶ୍ରମ ମନ୍ତ୍ରଣାଳୟ ଜାରି କରିଥିବା ସ୍ୱାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ କାର୍ଡ, ଏନ୍‌ପିଆର୍ ଅଧୀନରେ ଆର୍ଜିଆଇ ଜାରି କରିଥିବା ସ୍ମାର୍ଟ କାର୍ଡ, ଭାରତୀୟ ପାସପୋର୍ଟ, ଫଟୋ ସହ ଥିବା ପେନସନ୍ ଡକ୍ୟୁମେଣ୍ଟ, ଫଟୋ ଥିବା ଯେକୌଣସି ସରକାରୀ ବିଭାଗ ପକ୍ଷରୁ ଜାରି ପରିଚୟପତ୍ର, ୟୁଡିଆଇଡି କାର୍ଡ ମଧ୍ୟରୁ ଯେକୌଣସି ଗୋଟିଏକୁ ଦେଖାଇ ମତଦାନ କରିହେବ ।

Leave a Reply

Your email address will not be published. Required fields are marked *