ଦାଢ଼ି କାଟ ନଚେତ ଆସିପାରିବନି କଲେଜ; ଏପରି ଧମକ ଦେଲେ କଲେଜ ପ୍ରଶାସନ ! ଅଭିଯୋଗ ଆଣିଲେ କାଶ୍ମୀର ଛାତ୍ର
1 min readଦାଢ଼ି କାଟ ନଚେତ ଆସିପାରିବନି କଲେଜ। କ୍ଲାସରେ ଯୋଗ ଦେବାକୁ ହେଲେ କାଟିବାକୁ ପଡିବ ଦାଢ଼ି। କ୍ଲିନ୍ ସେଭ୍ ହେଲେ ଯାଇ ଆସିପାରିବ କଲେଜ। ଏଭଳି କିଛି ଧମକର ଅଭିଯୋଗ ଆଣିଛନ୍ତି କଶ୍ମୀର ଛାତ୍ର |
ସୂଚନା ଅନୁଯାୟୀ, କର୍ଣ୍ଣାଟକର ଏକ ନର୍ସିଂ କଲେଜରେ ପଢ଼ୁଥିବା ଜଣେ କଶ୍ମୀର ଛାତ୍ରଙ୍କୁ ଦାଢ଼ି କାଟ ନଚେତ କଲେଜ ଆସିପାରିବନି ବୋଲି ଧମକ ମିଳିଛି | କଲେଜ କଲେଜ ପ୍ରଶାସନ କଲେଜରେ ସାମିଲ ହେବା ପାଇଁ ଦାଢ଼ି ଟ୍ରିମ ବା କ୍ଲିନ୍ ସେଭ କରି ଆସିବାକୁ ତାଙ୍କୁ କହିଥିବା ଛାତ୍ର ଜଣକ ଅଭିଯୋଗ ଆଣିଛନ୍ତି।
କାଶ୍ମୀର ଛାତ୍ରମାନଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୨୪ କଶ୍ମୀରୀ ଛାତ୍ରଙ୍କୁ କୁହାଯାଇଛି ଯେ କଲେଜ କାର୍ଯ୍ୟକଳାପ ଏବଂ କ୍ଲିନିକାଲ ଡ୍ୟୁଟିରେ ଭାଗ ନେବାକୁ ହେଲେ ସେମାନଙ୍କୁ ଦାଢ଼ା କାଟିବାକୁ ପଡିବ କିମ୍ବା ଟ୍ରିମ୍ କରିବାକୁ ହେବ। କ୍ଲିନ ସେଭ କରିକି ଆସିଲେ କ୍ଲାସ ରୁମରେ ଯୋଗ ଦେଇପାରେ ନଚେତ ତାଙ୍କୁ ଅନୁପସ୍ଥିତ ଭାବେ ଦର୍ଶାଯିବ | ଏହା ସେମାନଙ୍କର ଉପସ୍ଥାନ ଏବଂ ଏକାଡେମିକ୍ ରେକର୍ଡ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।
ଏହି ଅଭିଯୋଗରେ କଲେଜ ପ୍ରଶାସନ ଖଣ୍ଡନ କରି କରି କହିଛି ଏହି ନିୟମ କେବଳ କାଶ୍ମୀର ଛାତ୍ରଙକପି ଏଇ ନୁହେଁ କଲେଜର ସମସ୍ତ ଛାତ୍ରଙ୍କ ପାଇଁ ହୋଇଛି | ତେବେ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଏକ ଚିଠି ଲେଖି ଜମ୍ମୁ କଶ୍ମୀର ଛାତ୍ର ସଂଘ ଏଥିରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲା। ଏହା ପରେ ଏହି ସମସ୍ୟାର ସମାଧାନ ହୋଇଛି |