Pratidin TV

Odisha's Digital News Platform

ମୁଁ ହିରୋ ହେଇଥାନ୍ତି ତମେ ମୋ କ୍ୟାରିୟର ବର୍ବାଦ କରିଦେଲ: ମିଡିଆ ଉପରେ ଚିହିଙ୍କି ଗଲେ ଟୁଙ୍ଗୁରୁ ଭୋଳ,ଦେଖନ୍ତୁ ଭିଡିଓ…

1 min read

ଭୁବନେଶ୍ୱର: ହିରୋ ହେବାର ପ୍ରୟାସ ଆରମ୍ଭ ହେଉ ହେଉ ଶେଷ ହୋଇଗଲା । ପ୍ରେମିକାକୁ ଭଉଣୀ ଓ ଭାଉଜ ଡାକିବା ପଡିଗଲା ମହଙ୍ଗା । ଖୋଲିଗଲା ଟୁଙ୍ଗୁରୁ ଭୋଳର ଅସଲ ଚେହେରା । ଆଉ ତାପରେ ଟୁଙ୍ଗୁରୁ ଭୋଳ ନିଜର ସବୁ ରାଗ ଗଣମାଧ୍ୟମ ବନ୍ଧୁଙ୍କ ଉପରେ କାଢିବାକୁ ପ୍ରୟାସ କରେ । ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହିତ ଧମକ ମଧ୍ୟ ଦିଏ ।
ନିଜ ପ୍ରେମିକାକୁ ମିଡିଆ ଆଗରେ ଭଉଣୀ ଓ ଭାଉଜ ବୋଲି କହି ପଛ ପଟରେ ଫୋନ କରି ମନେଇବାକୁ ଚେଷ୍ଟା କରୁଥିଲା । ହେଲେ ଏହି କଲକୁ ଭାଇରାଲ କରିଦେଲା ବର୍ଷା ।

ଆଉ ଟୁଙ୍ଗୁରୁର ଆରମ୍ଭ ହେଉଥିବା ହିରୋର କ୍ୟାରିୟର ଆରମ୍ଭ ହେଉ ହେଉ ଶେଷ ହୋଇଗଲା ।ଏଥିରେ ଉତକ୍ଷିପ୍ତ ଟୁଙ୍ଗୁରୁ ମିଡିଅ କର୍ମୀଙ୍କ ଉପରେ ନିଜର ଆକ୍ରୋଶ ଦେଖାଇବା ଆରମ୍ଭ କରିଥିଲା । ତୁ କେବଳ ମୋର, ମୁଁ ତତେ ବାହା ହେଲେ ପୁରା ଓଡ଼ିଶା ଦେଖିବ ବୋଳି ମଧ୍ୟ ଟୁଙ୍ଗୁରୁ କହିଥିଲା । ମୁଁ ବର୍ଷାକୁ ଭଲ ପାଏନି ସେ ଅଟୋ ଭଡା ନେବା ବାହାନାରେ ମତେ ଫସେଇ ଦେଇଛି । ସେ ଦୁଇଟି ଛୁଆର ମା’, ସେ ମୋ ଗାର୍ଲଫ୍ରେଣ୍ଡ ନୁହେଁ ବରଂ ଭଉଣୀ ବୋଲି କହିଥିଲା ଟୁଙ୍ଗୁରୁ । ତେବେ ବର୍ଷାକୁ କଲ୍ କରିଥିବା ବେଳେ ଖୋଲି ଯାଇଥିଲା ଟୁଙ୍ଗୁରୁର ଅସଲ ମୁଖା । ମିଳିଥିବା ପବ୍ଲିସିଟିରୁ ଫାଇଦା ଉଠାଇ କେମିତି ପଇସା କମେଇବ ସେ ଯୋଜନାରେ ରହିଥିଲା ଟୁଙ୍ଗୁରୁ । ୨ କୋଟି ଟଙ୍କା କମେଇଲେ ତୋର ମୋର ମିଶିି ଜଙ୍ଗଲ ପଳେଇବା । ବର୍ଷା ଭୋଳ କେବଳ ଟୁଙ୍ଗୁରୁର ଆଉ ମୁଁ ତତେ ବାହା ହେଲେ ପୁରା ଓଡ଼ିଶା ଦେଖିବ ବୋଲି ମଧ୍ୟ କହିଛି ଟୁଙ୍ଗୁରୁ ଭୋଳ । ଦେଖନ୍ତୁ ଭିଡିଓ…

Advertisement

Leave a Reply

Your email address will not be published. Required fields are marked *