Pratidin TV

Odisha's Digital News Platform

ଧନତେରାସରେ କାହିଁକି କିଣାଯାଏ ଝାଡୁ, ଜାଣନ୍ତୁ ଏହାର ମହତ୍ୱ…

1 min read

ଦୀପାବଳିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ଧନତେରସ । ଯାହା ଦୀପାବଳୀର ଦୁଇଦିନ ପୂର୍ବରୁ ପଡିଥାଏ । ଏହି ପର୍ବ ଧନ ଲକ୍ଷ୍ମୀ, କୁବେର ଏବଂ ଭଗବାନ ଧନଭନ୍ତରୀଙ୍କ ଆଶୀର୍ବାଦ ପାଇଁ ଉତ୍ସର୍ଗୀକୃତ ଦିନ ଅଟେ । ଧନ ଏବଂ ସମୃଦ୍ଧତା ଆଣିବା ପାଇଁ ଘରଗୁଡିକ ଯତ୍ନର ସହିତ ସଫା କରାଯାଏ ଏବଂ ସୁସଜ୍ଜିତ ହୁଏ । ଏବଂ ଲୋକମାନେ ସେମାନଙ୍କର ଧନ ଏବଂ ସମୃଦ୍ଧତା ବୃଦ୍ଧି ପାଇଁ ପାରମ୍ପାରିକ ଭାବରେ ଏହି ଦିନ ସୁନା ଏବଂ ରୂପା ଅଳଙ୍କାର, ପ୍ରତିମା କିମ୍ବା ଅନ୍ୟାନ୍ୟ ଜିନିଷ କିଣି ଘରକୁ ଆଣିଥାନ୍ତି । କାରଣ ତାହା ଘରକୁ ଆଣିବା ଦ୍ୱାରା ବର୍ଷ ସାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

ଶାସ୍ତ୍ର ଅନୁସାରେ ଧନତେରସ ଦିନ ଅନ୍ୟଙ୍କୁ ଦାନ କଲେ ପରିବାରର ସମୃଦ୍ଧି ହୋଇଥାଏ । ତେବେ ଯେମିତି ଧନତେରାସ୍ ଦିନ ସୁନା, ରୂପା, ବାସନ ଆଦି ଲୋକେ କିଣିଥାନ୍ତି, ସେହିପରି ଏହିଦିନ ଝାଡ଼ୁ କିଣିବାର ମଧ୍ୟ ବିଶେଷ ମହତ୍ୱ ରହିଛି । କାରଣ ଝାଡ଼ୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ତେଣୁ ଧନତେରସରେ ଘରକୁ ଝାଡୁ କିଣିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଏ । ଏହା ସହ ଆର୍ଥିକ ସଙ୍କଟରୁ ମଧ୍ୟ ମୁକ୍ତି ମିଳିଥାଏ । ଝାଡ଼ୁ କିଣିବା ପରେ ସେଥିରେ ଧଳାକପଡ଼ା ବାନ୍ଧନ୍ତୁ । ଏହି କପଡ଼ା ବାନ୍ଧିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୁଏ । ସେହିପରି ଝାଡ଼ୁକୁ ଉପରମୁହାଁ ରଖନ୍ତୁ ନାହିଁ । ଏପରି ରଖିବା ଅଶୁଭ ହୋଇଥାଏ । ଅନ୍ୟପଟେ ଝାଡ଼ୁକୁ ସବୁବେଳେ ଏଭଳି ସ୍ଥାନରେ ରଖନ୍ତୁ । ଯେଭଳି ଏହା ଯେମିତି କାହା ନଜରରେ ପଡ଼ିବ ନାହିଁ । ତେବେ ପୁରୁଣା ଝାଡ଼ୁକୁ ଘରେ ରଖିବା ଦ୍ୱାରା ନକାରାତ୍ମକ ଶକ୍ତି ସଂଚାର ହୁଏ । ଏହା ସହ ଆର୍ଥିକ ସ୍ଥିତି ଉପରେ ମଧ୍ୟ ଖରାପ ପ୍ରଭାବ ପକାଏ । ଏଣୁ ଧନତେରାସ ପୂର୍ବରୁ ଏହାକୁ କିଣି ଠିକ୍ ସ୍ଥାନରେ ରଖିବା ଉଚିତ୍ ।

Advertisement

Leave a Reply

Your email address will not be published. Required fields are marked *