Pratidin TV

Odisha's Digital News Platform

ଭାରତୀୟ ବଂଶୋଦ୍ଭବ ହେଲେ ୟୁଟ୍ୟୁବ୍‌ର ନୂଆ ସିଇଓ ; ଜାଣନ୍ତୁ କିଏ ଏହି ବ୍ୟକ୍ତି?

1 min read

ନୂଆଦିଲ୍ଲୀ : ପୁଣି ଦେଶକୁ ଗର୍ବିତ କଲେ ଭାରତୀୟ ବଂଶୋଦ୍ଭବ । ଭାରତରନାଁ କୁ ବିଶ୍ୱରେ କରାଇଲେ ଚର୍ଚ୍ଚିତ । ଋଷି ସୁନକଙ୍କ ପରେ ବାଜି ଜିତିଲେ ‘ନିଲ ମୋହନ’ । ଆଜ୍ଞା ହଁ ୯ ବର୍ଷ ଧରି ୟୁଟ୍ୟୁବ୍ ସିଇଓ ପଦରେ ରାଜ୍ କରୁଥିବା ସୁସାନ ୱଜସିକି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାପରେ ଭାରତୀୟ ବଂଶୋଦ୍ଭବ ନିଲ ମୋହନଙ୍କୁ ନୂଆ ସିଇଓ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ନିଲ ୨୦୧୫ ମସିହାରୁ ୟୁଟ୍ୟୁବ ପାଇଁ କାମ କରୁଛନ୍ତି । ସେ ୟୁଟ୍ୟୁବ୍ ଟିଭି,ୟୁଟ୍ୟୁବ୍ ମ୍ୟୁଜିକ୍ ସହ ଅନେକ ଗୁଡିଏ ବଡ ବଡ ପ୍ରୋଜେକ୍ଟ ଗୁଡିକୁ ଲିଡ୍ କରୁଥିଲେ । ତେବେ ଚାଲନ୍ତୁ ଜାଣିବା ଭାରତକୁ ପୁଣି ଥରେ ଗର୍ବିତ କରିଥିବା ଏହି ଭାରତୀୟ ବଂଶିଦ୍ଭବଙ୍କ ବିଷୟରେ ।

ଦେଖିବାକୁ ଗଲେ ଦେଶବ୍ୟାପି ଅନେକ ଜାଗାର ବଡ ବଡ କମ୍ପାନୀ ମାନଙ୍କରେ ରାଜ୍ କରୁଛନ୍ତି ଅନେକ ଭାରତୀୟ । ସେମାନଙ୍କ ମଧ୍ୟରେ ମାଇକ୍ରୋସୋପ୍ଟ,ଗୁଗଲ,ଆବିଏମ୍ ସହ ବର୍ତ୍ତମାନ ୟୁଟ୍ୟୁବ୍ ମଧ୍ୟ ସାମିଲ ହେବାକୁ ଯାଉଛି । ଯାହାର ସିଇଓ ଜଣେ ଭାରତୀୟ । ନିଲ ମୋହନ ୯ ବର୍ଷରୁ ୟୁଟ୍ୟୁବ୍‌କୁ ସମ୍ଭାଳିଆସୁଥିବା ସିଇଓ ସୁସାନ ୱଜସିକଙ୍କୁ ରିପ୍ଲେସ୍ କରିଛନ୍ତି । ତେବେ ସୁସାନ ନିଜ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ , ସେ ନିଜ ଜୀବନର ଏକ ନୂଆ ଅଧ୍ୟାୟର ଆରମ୍ଭ କରିବାକୁ ଯାଉଛନ୍ତି । ତାସହ ସେ ନିଜ ସ୍ୱାସ୍ଥ୍ୟ ସହ ପରିବାରର ସ୍ୱାସ୍ଥ୍ୟ ଆଉ ପର୍ସନଲ ପ୍ରୋଜେକ୍ଟରେ ଆଗକୁ ବ୍ୟାସ୍ତ ରହିବେ ସେଥିପାଇଁ ସେ ଏହି ପଦରୁ ଇସ୍ତଫା ଦେଉଛନ୍ତି ।

nil mohan and his wife hema sareen mohan

ତେବେ ନିଲ ମୋହନ ଜଣେ ଭାରତୀୟ ମୂଳ ଆମେରିକୀୟ । ଅର୍ଥାତ୍ ଭାରତୀୟ ବଂଶରେ ଜନ୍ମ କିନ୍ତୁ ତାଙ୍କ ଜନ୍ମ ଏବଂ ପାଠପଢା ଜୀବନ ଆମେରିକାରେ ହିଁ କଟିଛି । ନିଲ ହିମା ସରିନ ନାମକ ଜଣେ ଭାରତୀୟ ଯୁବତୀଙ୍କୁ ଆମେରିକାରେ ବିବାହ କରିଥିଲେ । ୟୁଟ୍ୟୁବର ସିଇଓ ହେବା ସହିତ ନୀଲ ମୋହନ ଭାରତୀୟ ମୂଳ ସିଇଉ ତାଲିକାରେ ନାମ ପାଇଛନ୍ତି । ଯେଉଁଥିରେ ମାଇକ୍ରୋସପ୍ଟ ସିଇଓ ସତ୍ୟ ନାଡେଲ ,ଆଡୋବ ସିଇଓ ଶାନ୍ତନୁ ନାରାୟଣ ଏବଂ ଆଲଫାବେଟ୍ ସିଇଓ ସୁନ୍ଦର ପିଚାଇଙ୍କ ନାମ ଅନ୍ତର୍ଭୁକ୍ତ ।

-ନିଲ ମୋହନ ଷ୍ଟାନଫୋର୍ଡ ୟୁନିଭର୍ସିଟିରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ଗ୍ରାଜୁଏସନ୍ କରିଛନ୍ତି ।
-ଏହାପରେ ସେ ୨୦୦୮ ରେ ଗୁଗୁଲରେ ଯୋଗ ଦେଇଥିଲେ ।
-୨୦୧୫ ମସିହାରେ ତାଙ୍କୁ ୟୁଟ୍ୟୁବର ମୁଖ୍ୟ ପ୍ରଡକ୍ଟ ଅଧିକାରୀରର ଦାୟିତ୍ୱ ଦିଆଯାଇଥିଲା ।
-ସେ ୟୁଟ୍ୟୁବର ଅନେକ ବଡ ବଡ ପ୍ରୋଜେକ୍ଟର ନେତୃତ୍ୱ ନେଇଛନ୍ତି । ଏଠାରେ ସେ ଏକ ଟପ୍ ନୋଚ୍ ପ୍ରଡକ୍ଟ ଏବଂ ୟୁଏକ୍ସ ଦଳ ମଧ୍ୟ ଗଠନ କରିଛନ୍ତି ।

-ୟୁଟ୍ୟୁବ ଟିଭିରୁ , ୟୁଟୁୂବ୍ ମ୍ୟୁଜିକ୍ , ପ୍ରିମିୟମ୍ ଏବଂ ସର୍ଟସ ପର୍ଯ୍ୟନ୍ତ ଲଞ୍ଚ କରିବାରେ ନିଲ୍ ମୋହନ ଏବଂ ତାଙ୍କ ଦଳର ଏକ ପ୍ରମୁଖ ଭୂମିକା ରହିଛି ।
-ନିଲ ପୂର୍ବରୁ ମାଇକ୍ରୋସପ୍ଟ ସହ କାମ ମଧ୍ୟ କରିସାରିଛନ୍ତି ।
-ଏହା ପୂର୍ବରୁ ସେ ପ୍ରାୟ ୬ ବର୍ଷ ଡବଲ କ୍ଲିକ୍ ପାଇଁ କାମ କରିଥିଲେ ।
-୨୦୦୭ ମସିହାରେ ଗୁଗଲ ଏହି କମ୍ପାନୀକୁ ହାସଲ କରିବାରେ ସଫଳ ହୋଇଥିଲା ।
-ଏହାପରେ ନିଲ ପ୍ରାୟ ୮ ବର୍ଷ ଧରି ଗୁଗଲର ପ୍ରଦର୍ଶନ ଓ ଭିଡିଓ ବିଜ୍ଞାପନରେ ଭଏସ୍ ରାଷ୍ଟ୍ରପତି ଭାବରେ କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *