Pratidin TV

Odisha's Digital News Platform

ଭୁଲ ନାହିଁ ମା ବାପାଙ୍କୁ , ଭାଲେଣ୍ଟାଇନ୍ସ୍ସ୍ ଡେ ନୁହେଁ ପାଳନ କରନ୍ତୁ ମାତୃପିତୃ ପୂଜନ ଦିବସ …

1 min read

ସାରା ବିଶ୍ୱ ପାଳୁଛି ଭାଲେଣ୍ଟାଇନ୍ ୱିକ୍ ବା ପ୍ରେମ ସପ୍ତାହ । ଏହି ସପ୍ତାହରେ ପ୍ରେମିକ ଓ ପ୍ରେମିକାମାନେ ମନ ଖୋଲି ବୁଲୁଛନ୍ତି ଓ ମଜାଗପ କରୁଛନ୍ତି । କିଏ କାହାକୁ ଉପହାର ଦେଉଛି ତ ଆଉ କିଏ କାହାକୁ ଜୀବନ ସାଥୀ କରିବାର ଶପଥ କରୁଛି । ହେଲେ କଟକର ଅଗ୍ରଣୀ ସ୍ୱେଚ୍ଛାସେବୀ ସଙ୍ଗଠନ ଜୟ ଜଗନ୍ନାଥ ସେବା ସମିତି ପାଳନ କରୁଚି ମାତୃ ପିତୃ ପୂଜନ ଦିବସ । ଏହା ଆମର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବ । ଯେଉଁଥିପାଇଁ ଆଗେଇ ଆସିଛନ୍ତି ଓଡ଼ିଆ ସିନେମା ଜଗତର କଳାକାର ମାନେ ।

କଟକ ଲାଲାମଠ ଠାରେ ପାଳିତ ହେଉଛି ମାତୃପିତୃ ପୂଜନ ଦିବସ । ଆଉ ଏହି ମାତୃପିତୃ ପୂଜନ ଦିବସକୁ ବେଶ୍ ଆନନ୍ଦ ଉଲାସରେ ପାଳନ କରିଛନ୍ତି କୁନି କୁନି ପିଲା, ସିନେ ତାରକା ଓ କିଛି ଯୁବପିଢି । ଏପଟେ ମାତୃପିତୃ ପୂଜନ ଦିବସରେ ଓଡ଼ିଆ ସିନେ ତାରକା ଶ୍ରୀତମ ଦାସ ନୂତନ ମା’ଙ୍କୁ ପାଇ ଖୁସି ଜାହିର କରିବା ସହ ନୂଆ ମା’କୁ ଫୁଲ, ଚନ୍ଦନ, ଦୀପ ଦେଇ ପୂଜା କରିଛନ୍ତି । ଦଶବର୍ଷ ତଳେ ଶ୍ରୀତମ ଙ୍କ ବାପା ଇହଧାମ ତ୍ୟାଗ କରିଥିବା ବେଳେ ଗତବର୍ଷ ମା’ଙ୍କର ମଧ୍ୟ ବିୟୋଗ ହୋଇସାରିଛି । କିନ୍ତୁ ଆଜି ନୂଆ ମା’ କୋଳ ପାଇ ଆଖି ଛଳଛଳ ଶ୍ରୀତମଙ୍କ ର । ସେହିଭଳି କଟକ ବାଦାମବାଡ଼ି ର ବିନୋଦିନୀ ପଲ୍ଲାଇ ଶ୍ରୀତମ୍ ଙ୍କୁ ବଡ଼ ପୁଅ ଭାବରେ ପାଇ ଉତ୍ସାହିତ ହୋଇପଡିଛନ୍ତି ।

Advertisement


କେବଳ ମା’ ପୁଅଙ୍କ କାହାଣୀରେ ସୀମିତ ନ ଥିଲା ଆଜିର ଏହି ମାତୃପିତୃ ପୂଜନ ଦିବସ । ଏଥିରେ ସାମିଲ ଥିଲେ ସିନେ ଅଭିନେତା ତଥା ଓଡ଼ିଆ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ସାହୁ ଭେରାଇଟି ଷ୍ଟୋର ର ରାଜୁ ଦାସ ପ୍ରମୁଖ । ସମସ୍ତେ ଏହି ପବିତ୍ର କାର୍ଯ୍ୟକ୍ରମରେ ସାମିଲ୍ ହୋଇ ନିଜକୁ ଧନ୍ୟ ମନେ କରିବା ସହ ପ୍ରତ୍ୟକ ଯୁବପିଢୀଙ୍କୁ ଏହିଭଳି ଆଗକୁ ଆସିବାକୁ ଆହ୍ୱାନ ଦେଇଛନ୍ତି ।ଯୁଗ ବଦଳୁଛି ତା’ ସହ ବଦଳୁଛି ଚିନ୍ତାଧାରା । ହେଲେ ଆଜି ବି ବଦଳିନି ବାପା ମା’ ଙ୍କ ପ୍ରତି ଥିବା ଭଲପାଇବା । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାତୃପିତୃ ପୂଜନ କାର୍ଯ୍ୟକ୍ରମରେ ।

Leave a Reply

Your email address will not be published. Required fields are marked *