Pratidin TV

Odisha's Digital News Platform

ପୁଣି ରାଜଧାନୀରେ ଆତ୍ମହତ୍ୟା : ରହସ୍ୟ ଘେରରେ ଯୁବତୀଙ୍କ ଚିଠି

ଭୁବନେଶ୍ୱର : ବର୍ତ୍ତମାନ ସୁଇସାଇଡ୍ ପଏଣ୍ଟ ପାଲଟିଛି ରାଜଧାନୀ । ପ୍ରତ୍ୟକଦିନ କେହିନା କେହି ଏଠି ହାରିଦେଉଛି ନିଜ ଜୀବନ । କାରନ ଯଅହା ହେଉନା କାହିଁକି ! ଯେପରି ଆତ୍ମହତ୍ୟା ଏକ ଅପରାଧ ନୁହେଁ ବରଂ ଏକ ନୂଆ ଟ୍ରେଣ୍ଡ ପାଲଟିଛି । ଯାହା ଆମ ଯ୍‌ୁବ ପିଢିଙ୍କ ପାଇଁ ଏକ ସରଳ ଉପାୟ ପାଲଟିଯାଇଚି ସବୁ ସମସ୍ୟାର ସମାଧାନ ପାଇଁ । ତେବେ ଶୁକ୍ରବାର ଅର୍ଥାତ୍ ଆଜି ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧୀନରେ ଥିବା ଏକ ହଷ୍ଟେଲରୁ ଯୁବତୀ ଜଣଙ୍କ ମୃତ ଦେହ ମିଳିଛି । ସୂଚନା ଅନୁଯାୟୀ ମୃତ ଯୁବତୀ ଜଣକ ପୁରୀ ଜିଲ୍ଲା ତିରିପଦା ଗଡର ହୋଇଥିବା ବେଳେ ତାଙ୍କ ନାମ ଦୀପ୍ତି ପାଣି । ସେ ଖଣ୍ଡଗିରି ବାରଭୁଜାରେ ଥିବା ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ ।

ଘଟଣା ସମ୍ପର୍କରେ ଖବର ପାଇ ନିକଟସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଥିସହିତ ଘଟଣା ସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ ମଧ୍ୟ ଜବତ କରିଥିବା ଜଣାପଡିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖା ଅଛି ଯେ ‘ ମାମା, ବାବା ମୋତେ କ୍ଷମା କରିଦେବ, ବହୁତ କଷ୍ଟ ହେଉଛି, ସହିପାରିବନି ଆଉ, ମେଡ଼ିସିନ୍ ଖାଇଖାଇ ବିରକ୍ତ ଲାଗୁଛି, ଆଉ ପାରୁନି’। ପୋଲିସ ଘଟଣା ସ୍ଥଳରୁ ଯୁବତୀଙ୍କ ମୃତ ଶରୀର ସହ ସୁଇସାଇଡ୍ ନୋଟ୍‌କୁ ଜବତ୍ କରି ତଦନ୍ତ ଆରମ୍ଭ କରିଦେଇଛି।

ଯେ ପ୍ରକୃତରେ ସେ ସୁଇସାଇଡ୍ ନୋଟ୍‌ଟି ମୃତ ଯୁବତୀଙ୍କର ନା ଅନ୍ୟ କାହାର । ତେବେ କୌଣସି ରୋଗ ଯନ୍ତ୍ରଣା ଯୋଗୁ ସେ ଆତ୍ମହତ୍ୟା କରିଥିବା ସୁଇସାଇଡ୍ନୋଟରୁ ଅନୁମାନ କରାଯାଉଛି। କିନ୍ତୁ ପ୍ରକୃତ କଥା ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।

Leave a Reply

Your email address will not be published. Required fields are marked *