Pratidin TV

Odisha's Digital News Platform

ଜମି ବାବଦକୁ କେନ୍ଦ୍ରକରି ଯୁବକଙ୍କୁ ଟ୍ରାକ୍ଟର ଚଢାଇ ନିର୍ମମ ଭାବେ ହତ୍ୟା…

1 min read

ଜମି ବିବାଦକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା । ଯୁବକଙ୍କ ଉପରେ ୮ ଥର ଟ୍ରାକ୍ଟର ଚକା ଚଢାଇ ମାରି ଦିଆଯାଇଥିବା ହୋଇଛି ଅଭିଯୋଗ । ଯାହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏପରି ଏକ ହୃଦୟ ବିଦାରକ ଘଟଣା ରାଜସ୍ଥାନ ଭରତପୁରରୁ ସାମ୍ନାକୁ ଆସିଛି । ଏଠାରେ ଦୁଇ ପରିବାର ଜମି ପ୍ରସଙ୍ଗରେ ଅନକେ ଦିନରୁ ମୁହାଁମୁହିଁ ହୋଇଥିଲେ । ସୂଚନା ଅନୁଯାୟୀ, ବାହାଦୂର ଏବଂ ଅଟାର ସିଂ ଗୁରୁଜାରଙ୍କ ପରିବାର ସାଦର ପୋଲିସ ଷ୍ଟେସନ ପରିସରର ଆଡା ଗ୍ରାମରେ ରୁହନ୍ତି । କିଛି ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ବିବାଦ ମଧ୍ୟ ହୋଇଥିଲା । ପରେ ଏନେଇ ଉଭୟ ପକ୍ଷ ଥାନାରେ ମଧ୍ୟ ପହଞ୍ଚିଥିଲେ । ହେଲେ ବୁଧବାର ସକାଳେ ବୁଧବାର ଦିନ ବାହାଦୁର ପରିବାରର ଜଣେ ଯୁବକ ଟ୍ରାକ୍ଟର ସାହାଯ୍ୟରେ ବିବାଦୀୟ ଜମିରେ ପହଞ୍ଚିଥିଲେ । ଫଳରେ ଅଟାର ସିଂ ଓ ବାହାଦୂର ପରିାବର ମଧ୍ୟରେ କଳହ ଲାଗିଥିଲା । ସେହି ସମୟ ମଧ୍ୟରେ ଅଟାର ସିଂଙ୍କ ପୁଅ ନରପତି ଟ୍ରାକ୍ଟର ଆଗରେ ଶୋଇ ପଡିଥିଲେ । ବାହାଦୁର ପରିବାରର ଜଣେ ବ୍ୟକ୍ତି ଏତେ ରାଗିଗଲେ ଯୁବକଙ୍କ ଉପରେ ୮ ଥର ଟ୍ରାକ୍ଟର ଚଢାଇ ଦେଇଥିଲେ । ଟ୍ରାକ୍ଟର ତଳେ ଚାପି ହୋଇଯାଇଥିବା ବ୍ୟକ୍ତିଙ୍କୁ ବଞ୍ଚାଇବା ପାଇଁ ପରିବାର ସଦସ୍ୟ ଟ୍ରାକ୍ଟର ଡ୍ରାଇଭରଙ୍କ ନିକଟରେ ନିବେଦନ କରୁଥିଲେ ମଧ୍ୟ ତଥାପି ସେ ଶୁଣିନଥିଲେ । ପରିବାର ସଦସ୍ୟଙ୍କ ସମ୍ମୁଖରେ ଯୁବକଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା କରିଥିଲେ ଅଭିଯୁକ୍ତ ଜଣକ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ଏହି ମାମଲାରେ କିଛି ଲୋକଙ୍କୁ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପୁଲିସ କହିଛି ।

Advertisement

Leave a Reply

Your email address will not be published. Required fields are marked *