Pratidin TV

Odisha's Digital News Platform

ଦେବୀ ନଦୀକୁ ଡେଇଁପଡିଲେ ଯୁବକ, ଚାଲିଛି ଉଦ୍ଧାର କାର୍ଯ୍ୟ …..

ଜଗତସିଂହପୁର ; ଜଗତସିଂହପୁର ଜିଲ୍ଲା ଦେବୀ ନଦୀକୁ ଡେଇଁଲେ ଯୁବକ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଶିଖରଘାଟ ପୋଲ ଉପରେ ଏଭଳି ଘଟଣା ଘଟିଛି । ଖବର ପାଇ ଅଗ୍ନିଶମବାହିନୀ ଖୋଜାଖୋଜି ଜାରି ରଖିଛି । ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ ।

ସୂଚନାଯୋଗ୍ୟ ଯେ, ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ଶିଖରଘାଟ ପୋଲ ଉପରେ ଗାଡି ରଖି ନଦୀକୁ ଜଣେ ଯୁବକ ଡେଇଁ ପଡିଛନ୍ତି । ସେହି ସମୟରେ ତାଙ୍କୁ ସ୍ଥାନୀୟ ଲୋକେ ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଯୁବକ ଜଣଙ୍କ ହେଲେ ବଛାଳ ଗ୍ରାମର ଶରତ ଲେଙ୍କାଙ୍କ ପୁଅ ସୁଜିତ ଲେଙ୍କା । ତେବେ ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି ଜାରି ରଖିଛନ୍ତି ।

ସୁଜିତ ନିଜ ପରିବାର ସହ ପୁରୀ ଜିଲ୍ଲା ବାଲିକୁଦ ସାହିରେ ରହି ଆସୁଥିଲେ । ଶନିବାର ନିଜ ପୈତୃକ ଘର ନାଉଗାଁ ବ୍ଲକ୍ ବଛାଳ ଗ୍ରାମକୁ ଆସୁଥିଲେ । ଅଧାବାଟରେ ଶିଖରଘାଟ ପୋଲ ଉପରେ ନିଜ ମୋଟରସାଇକେଲ ରଖି ଦେବୀ ନଦୀକୁ ଡେଇଁ ପଡିଥିବା କୁହାଯାଉଛି ।ତେବେ ସେ ନଦୀକୁ କାହିଁକି ଡେଇଁଲେ ତାହା ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *