Pratidin TV

Odisha's Digital News Platform

ବଢୁଛି ଆତ୍ମହତ୍ୟା ପ୍ରବଣତା: ୪୦ ସେକେଣ୍ଡରେ ଆତ୍ମହତ୍ୟା କରୁଛନ୍ତି ଜଣେ ବ୍ୟକ୍ତି

1 min read

ନୂଆଦିଲ୍ଳୀ: ଦେଶରେ ଦିନକୁ ଦିନ ବଢୁଛି ଆତ୍ମହତ୍ୟା ପ୍ରବଣତା । କେବଳ ଦେଶ କାହିଁକି ରାଜ୍ୟରେ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଓ ସିନେ ଅଭିନେତା ରାଇମୋହନ ପରିଡା ଆତ୍ମହତ୍ୟା କରିଛନ୍ତି । ମାନସିକ ଅବସାଦ ଏବଂ ଚାପ ଆତ୍ମହତ୍ୟାର ଏକ ପ୍ର୍ରମୁଖ କାରଣ ହୋଇଥିବା ବେଳେ ଏଥିପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ସଚେତନତା ବାର୍ତ୍ତା ପ୍ରଦାନ କରାଯାଏ । ତେବେ ନିକଟରେ କରାଯାଇଥିବା ଏକ ରିସର୍ଚ୍ଚ ଅନୁଯାୟୀ କରୋନା ମହାମାରୀ ସମୟରେ ବୃଦ୍ଧି ପାଉଛି ଆତ୍ମହତ୍ୟା ଏବଂ ଏହି ଆତ୍ମହତ୍ୟାର ଅଧିକ ଶିକାର ହେଉଛନ୍ତି ଯୁବପୀଢି ।

ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରତିଦିନ ଏହି ଆତ୍ମହତ୍ୟା ବଢିବାରେ ଲାଗିଛି । ୨୦୧୯ରେ ଭାରତରେ ୧ଲକ୍ଷ ୪୦ ହଜାର ଲୋକ ଆତ୍ମହତ୍ୟା କରିଥିବା ବେଳେ, ସେଥି ସମୟରେ ଓଡ଼ିଶାରେ ୪୫ଶହ ଲୋକ ଆତ୍ମହତ୍ୟା କରିଛନ୍ତି । ଅର୍ଥାତ ପ୍ରତିଦିନ ୧୨ରୁ ୧୩ ଜଣ ଲୋକ ଆତ୍ମହତ୍ୟା କରୁଛନ୍ତି। ଭାରତର ପରିସଂଖ୍ୟନକୁ ଦେଖିଲେ ପ୍ରତିଦିନ ୩୮୦ଜଣ ଆତ୍ମହତ୍ୟା କରୁଥିବାବେଳେ ପ୍ରତି ଘଣ୍ଟା ହାରାହାରି ଭାବେ ୧୬ଜଣ ଭାରତୀୟ ଆତ୍ମହତ୍ୟା କରୁଛନ୍ତି। ୨୦୧୯ରେ ଦେଶରେ ୧୦ ହଜାର ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ। ପ୍ରତି ବର୍ଷ ବିଶ୍ୱରେ ପ୍ରାୟ ୮ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି। ଅର୍ଥାତ୍ ପ୍ରତି ୪୦ ସେକେଣ୍ଡରେ ଜଣେ ଲୋକ ଆତ୍ମହତ୍ୟା କରୁଛନ୍ତି।

Advertisement

Leave a Reply

Your email address will not be published. Required fields are marked *