Pratidin TV

Odisha's Digital News Platform

ଦୀପାବଳୀରେ ଯୁବକ ରଚାଇଲେ ଭୟଙ୍କର କାଣ୍ଡ , ନିଆଁ ପିଣ୍ଡୁଳାରେ ଖେଳିଲେ ଫୁଟବଲର

ସମ୍ବଲପୁର ; ସମ୍ବଲପୁର ଜିଲ୍ଲା ରେଢାଖୋଲ ରେ ଦୀପାବଳି ପର୍ବରେ ସ୍ଥାନୀୟ ଯୁବକ ପାଳିଛନ୍ତି ବିପଦଜ୍ଜନକ ଦିପାବଳୀ । ମୃତ୍ୟୁକୁ ବି ନାହିଁ ଭୟ । ସମ୍ପୂର୍ଣ୍ଣ ବେପରୁଆ ଢଙ୍ଗରେ ନିଜ ଜୀବନକୁ ପାଣି ଛଡାଇ ପାଳିଛନ୍ତି ଦୀପାବଳି । ରବିବାର ରାତିରେ ସାରା ସହର ଉତ୍ସବ ମୁଖର ଥିବା ବେଳେ ରେଢାଖୋଲ ସ୍ଥିତ ମିନି ଷ୍ଟାଡିୟମରେ ସ୍ଥାନୀୟ ଯୁବକ ମାନେ ନିଆଁ ଗୋଳା ଖେଳି ଦିପାବଳୀ ପାଳନ କରିଛନ୍ତି ।

ଫୁଟବଲ ରେ ନିଆଁ ଲଗାଇ ସ୍ଥାନୀୟ ଯୁବକ ମାନେ ଗୋଡରେ ସୁଟ୍ ମାରି ଦିପାବଳୀ ପାଳନ କରିଛନ୍ତି । ଯାହାର ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ବିଭିନ୍ନ ସ୍ଥାନରେ ଦୀପାବଳି ରେ ସଚେତନତା ଅଭାବରୁ ନିଆଁ ଲାଗି ଜୀବନ ଯାଉଥିବାର ଖବର ସାମ୍ନାକୁ ଆସୁଥିବା ବେଳେ ସ୍ଥାନୀୟ ଯୁବକଙ୍କ ଏପରି ଦୁଃସାହସିକ ଖେଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏହା ଯୁବ ପୀଢିକୁ ନକରାତ୍ମକ ବାର୍ତ୍ତା ଦେଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *