Pratidin TV

Odisha's Digital News Platform

ଯୁବକମାନଙ୍କ ଆକ୍ରମଣରେ ଶିକାର ହେଲେ ଯୁବତୀ, ଶୁଣୁଲାନି ପୋଲିସ, ଧାରଣାରେ ବସିଲେ ଗାଁ ଲୋକେ..

1 min read


ଜଗତସିଂହପୁର: ଖୁଦୁରୁକୁଣୀ ଭସାଣୀରେ ହୋଇଥିଲା ଘମାଘୋଟ ଲଢେଇ । ଜାତିଆଣ ଆକ୍ଷେପ କରିବା ସହ ଗାଳିଗୁଲଜରୁ ଆରମ୍ଭ କରି ଯୁବତୀ ମାନଙ୍କ ଉପରେ ଆକ୍ରମଣ କରିଥିଲେ କିଛି ଯୁବକ । ଯାହାକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଚଣ୍ଡପୁର ଗାଁ ଲୋକେ । କିନ୍ତୁ ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଆଜି ଧାରଣାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ତେବେ ଜଗତସିଂହପୁର ଜିଲ୍ଲା ଏରସମା ଥାନା ସମ୍ମୁଖରେ ଆଜି ଦେଖିବାକୁ ମିଳିଥିଲା ଗ୍ରାମବାସୀଙ୍କ ଗଣଧାରଣା ।


ସୂଚନା ଅନୁଯାୟୀ ଏରସମା ଥାନା ଅନ୍ତର୍ଗତ ନୂଆଡିହି ପଞ୍ଚାୟତ ଚଣ୍ଡପୁର ଗ୍ରାମର ଯୁବତୀମାନେ ଗତ ୨୫ତାରିଖରେ ଖୁଦୁରୁକୁଣୀ ମେଢ଼ ଭସାଣୀ ନେଇ ଯାଉଥିଲେ । କିନ୍ତୁ ଏହି ସମୟରେ ପଡୋଶୀ ମଠସାହୀ ଗ୍ରାମର କେତେକ ଯୁବକ ଚଣ୍ଡପୁର ଗାଁର ଯୁବତୀ ମାନଙ୍କୁ ଅଶ୍ଳୀଳ ଭାଷାରେ ଜାତୀଆଣ ଗାଳିଗୁଲଜ କରିବା ସହ ଟଣାଓଟରା କରି ଆତଙ୍କରାଜ ଚଳାଇଥିଲେ । ଯାହାଫଳରେ ଚଣ୍ଡପୁର ଗାଁ ଲୋକେ ୧୧୨ପୋଲିସ ପେଟ୍ରୋଲିଂ ପାର୍ଟି ସହାୟତାରେ ଏରସମା ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ଥାନାରେ ଅଭିଯୋଗ କରିବା ସ୍ୱତ୍ତେ ମଧ୍ୟ ଏହି ଘଟଣାରେ ଏରସମା ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଆଉ ସେପଟେ ଆକ୍ରମଣକାରୀ ଅଭିଯୁକ୍ତମାନେ ପୁଣି ଥରେ ଚଣ୍ଡପୁର ଗ୍ରାମର ବିଭିନ୍ନ ଲୋକଙ୍କ ଘରେ ପଶି ଆକ୍ରମଣ କରିଥିଲେ ।ଏପରିକି ମହିଳା ମାନଙ୍କ ଇଜ୍ଜତ ନେବା ଓ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି । ତେବେ ଦୀର୍ଘ ଦିନ ଧରି ଚଣ୍ଡପୁର ଗ୍ରାମବାସୀଙ୍କ ଉପରେ ଅଭିଯୁକ୍ତମାନେ ଆକ୍ରମଣ କରିଆସୁଥିବା ବେଳେ ଚଣ୍ଡପୁର ଗାଁର ଯୁବତୀ ମାନଙ୍କ ଉପରେ ଅଶୋଭନୀୟ ଆକ୍ରମଣ କରିଥିଲେ । ଘଟଣାକୁ ତିନିତିନି ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନଙ୍କ ଜୁଲମ ଦିନକୁ ଦିନ ବଢିବାରୁ ଶେଷରେ ବାଧ୍ୟ ହୋଇ ଚଣ୍ଡପୁର ଗାଁର ମହିଳା ଯୁବତୀଙ୍କ ସହ ଗାଁ ଲୋକ ଏକାଠି ହୋଇ ଆଜି ଏରସମା ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣଧାରଣା ରେ ବସି ରହିଛନ୍ତି । ଏପରିକି ନ୍ୟାୟ ନମିଳିବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଓହରିବେ ନାହିଁ ବୋଲି ଚେତାବନି ମଧ୍ୟ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *