Pratidin TV

Odisha's Digital News Platform

ଥାନାରେ ଯୁବକମାନଙ୍କ ତୁମୁଳକାଣ୍ଡ ; ପଶିଲେ ଭଙ୍ଗାରୁଜା କରି ଚାଲିଗଲେ , କାରଣ ଅସ୍ପଷ୍ଟ …

1 min read

ବରଗଡ ; ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା ଥାନା ରେ ରବିବାର ସଂଧ୍ୟା ୫ଟା ସମୟରେ ୨୦୦ ରୁ ଉର୍ଦ୍ଧ୍ବ ଉତ୍ୟକ୍ତ ଲୋକଙ୍କ ତୁମୁଳକାଣ୍ଡ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଥାନ ଭିତରେ ପଶି ସବୁ ଜିନିଷ ପତ୍ର ସହ କବାଟ ଝରକା ମଧ୍ୟ ଭାଙ୍ଗି ଦେଇଛନ୍ତି ଉତ୍ୟକ୍ତ ଲୋକ । ଖବର ଲେଖା ଯିବା ପର୍ଯ୍ୟନ୍ତ ଅମ୍ବାଭୋନା ଥାନା ତରଫରୁ ଏତଲା ଦାଏର ହୋଇନଥିବା ଜଣାପଡିଛି। ତେଣୁ ଏହି ଅଘଟଣା ର ପ୍ରକୃତ କାରଣ ଜଣାପଡ଼ିନାହିଁ।

ମାତ୍ର ମିଳିଥିବା ସୂଚନା ଅନୁସାରେ ଉତ୍ୟକ୍ତ ଲୋକେ ଅମ୍ବାଭୋନା ଥାନା ରେ ପଶି କବାଟ, ଝରକା କାଚ ଭାଙ୍ଗିବା ସହ ଆସବାବପତ୍ର, ଚୌକି ଟେବୁଲ୍, କମ୍ପ୍ୟୁଟର,ସିପିଓ,ଗୋଡରେଜ ଭାଙ୍ଗି କାଗଜପତ୍ର ଫୋପାଡି ଦେଇଥିଲେ। ଅମ୍ବାଭୋନା ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ରେ ଅସଫଳ ହୋଇଥିବା ଜଣାପଡ଼ିଛି। ସ୍ଥିତି ଅନୁଧ୍ୟାନ କରିବାକୁ ଅମ୍ବାଭୋନା ଥାନା ରେ ବରଗଡ଼ ଏସ.ଡି.ପି.ଓ ପଦାରବିନ୍ଦ ତ୍ରୀପାଠୀ ପହଞ୍ଚି ସରଜମିନ ତଦନ୍ତ ଚଳାଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *