Pratidin TV

Odisha's Digital News Platform

ଲିଭ୍ ଇନ୍ ପାର୍ଟନରକୁ ଭୟଙ୍କର ନିର୍ଯାତନା ; ଆଖି ପାଟି ପ୍ରାଇଭେଟ୍ ପ।ର୍ଟରେ ଲଙ୍କାଗୁଣ୍ଡ ଢାଳି ପେଭିକୁଇକ୍ ମାରିଲା ପ୍ରେମିକ ।

1 min read

ପ୍ରେମରେ ଆଖି ବୁଜି ଅନ୍ଧ ହେଉଛିନ୍ତି ଯୁବପିଢୀ । ବାପା-ମାଙ୍କ କଥାକୁ ଖାତିର ନକରି ଏକା ବାଛିନେଉଛି ନିଜ ରାସ୍ତା । କିନ୍ତୁ କଣ ପ୍ରେମର ସେଇ ରାସ୍ତାରେ ତାକୁ ନିଜ ଇଛା ମୁତାବକ ସବୁ ମିଳେ ନା ସ୍ଥିତି କିଛି ଭୟଙ୍କର ହୁଏ ଯାହା ଅମେ କଳ୍ପନାବି କରିପାରନ୍ତିନି । ନିକଟରେ ଜଣେ ଯୁବତୀ ନିଜ ଲିଭଇନ୍ ପାର୍ଟନର ଠାରୁ ଦୀର୍ଘ୧ମାସ ଯାଏ ନିର୍ଯାତିତ ହେଉଥିବା ବେଳେ ପୋଲିସ ତାଙ୍କୁ ଅତି ଶୋଚନୀୟ ଅବସ୍ଥାରେ ଉଦ୍ଧାର କରିଛି ।

ମଧ୍ୟପ୍ରଦେଶର ଗୁନାରେ ଜଣେ ଯୁବତୀଙ୍କ ସହିତ ଘଟିଥିବା ଅତ୍ୟାଚାରର କାହାଣୀ ଏପରି ଯେ ଏହା ଶୁଣିବା ଆପଣଙ୍କ ହୃଦୟକୁ ଥରାଇ ଦେବ । ଯୁବତୀ ନିଜ ପଡୋଶୀ ଘର ପୁଅ ଅୟାନ ପଠାନ ନାମକ ଯୁବକକୁ ମନ ଦେଇ ବସିଥିôଲା । ଉଭୟଙ୍କ ବାପା କିଛି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ । ଦୁହେଁ ନିଜ ମା ମାନଙ୍କ ସହ ନିଜ ନିଜ ଘରେ ରହୁଥିଲେ । ତେବେ ଯୁବତୀଙ୍କ ପରିବାର ଧନି ହୋଇଥିବା ବେଳେ ଅୟାନ ଜଣେ ଦିନମଜୁରିଆ ଥିଲେ ।

ଯୁବତୀ ଜଣଙ୍କ ଅୟାନକୁ ପ୍ରକୃତ ପ୍ରେମ କରୁଥିବା ବେଳେ କିନ୍ତୁ ଅୟାନର ନଜର କେବଳ ତା ସମ୍ପତି ଉପରେ ଥିôଲା । କିନ୍ତୁ ଅୟାନର ଉଦେଶ୍ୟ ଜାଣିନେଇଥିଲେ ଯୁବତୀର ମା । ତେଣୁ ଝିଅକୁ ସାଙ୍ଗରେ ନେଇ ଶିବପୁରୀରେ ରହିବ।।କୁ ଲାଗିଥିଲେ । କିନ୍ତୁ ଯୁବତୀ ଜଣଙ୍କ ସେଠାରୁ ଚର୍ମ୍ପଟ ମାରି ଆସି ଅୟାନଙ୍କ ଘରେ ରହିବାକୁ ଲାଗିଲା । ଉଭୟ ଲିଭଇନ୍‌ରେ ରହିବାକୁ ଲାଗିଲେ । କିନ୍ତୁ ହଠାତ୍ ଦିନେ ଯୁବତୀ ଏବଂ ଅୟାନ ମଧ୍ୟରେ ଜମିପଟାକୁ ନେଇ ବଚସା ଆରମ୍ଭ ହେଲା ।

ତେବେ ଏହି ବଚସା ଯେ ଏତେ ଭୟଙ୍କର ରୂପ ନେବ ତାହା କାହାକୁ ଜଣାନଥିଲା । ରାଗରେ ଅୟାନ ଯୁବତୀ ଜଣଙ୍କୁ ଏକ ରୁମରେ ପୁରା ନିର୍ଦ୍ଦୁମ ପିଟିଥିଲେ ବେଲ୍ଟରେ । ତାପରେ ଯୁବତୀଙ୍କ ପାଟି ଓ ପ୍ରାଇଭେଟ୍ ପାର୍ଟରେ ଲଙ୍କା ଗୁଣ୍ଡ ଭର୍ତ୍ତି କରି ଫେଭିକୁଇକ୍ ଲଗାଇଦେଇଥିଲେ । ନିର୍ଦ୍ଦୟ ରାକ୍ଷସ ଅୟାନ ଯୁବତୀଙ୍କ ଆଖିକୁ ମଧ୍ୟ ଫେଭିକୁଇକ୍ ଦ୍ୱାରା ସଠାଇ ଦେଇଥିଲା । ଏହା ପରେଯୁବତୀଙ୍କୁ ଘରେ ବନ୍ଦ କରି ରଖିଥିଲା । ଅୟାନର ମା ଏସବୁ ସହନପ।ରି ଯୁବତୀଙ୍କୁ ନିକଟସ୍ଥ ଚିକିତ୍ସାଲୟକୁ ଆଣିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଲରେ ପହଞ୍ଚି ଯୁବତୀଙ୍କ ବୟାନ ରେକର୍ଡ କରିବା ସହ ଅୟାନକୁ ଗିରଫ୍ କରିଛି ।

Leave a Reply

Your email address will not be published. Required fields are marked *