Pratidin TV

Odisha's Digital News Platform

ନ୍ୟୁଡ୍‌କଲର କରୁଣ ପରିଣତି : ନିଜ ପେଟରେ ନିଜେ ୫୦ ଥର କଇଁଚି ଭୁସିଲେ ବ୍ୟକ୍ତି..

1 min read

ଭୁବନେଶ୍ୱର : ପୁଣି ନ୍ୟୁଡ୍‌କଲକୁ ନେଇ ରାଜଧାନୀରେ ଚାଞ୍ଚଲ୍ୟ । ନିଜ ପେଟରେ ନିଜେ ୫୦ ଥର କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟାମ କରିଛନ୍ତି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର ଦଣ୍ଡଧର ବାରିକ । ବ୍ଲାକ ମେଲିଙ୍ଗର ଶିକାର ହେବ ପରେ ପେଟରେ କଇଁଚି ଭୁସି ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିବା ଜଣାପଡିଛି ।

ଖବର ଅନୁଯାୟୀ ନୟାପଲ୍ଲୀ ଅଞ୍ଚଳରେ ନିଜର ଦୁଇ ପିଲା ଓ ନିଜ ସ୍ତ୍ରୀ ସହ ରୁହନ୍ତି ଦଣ୍ଡଧର ବାରିକ । ୩ଦିନ ତଳେ ହଠାତ ଦଣ୍ଡଙ୍କ ସହ ଫେସବୁକରେ ଚାଟିଙ୍ଗ କରିଥିଲେ ଅଜଣା ଯୁବତୀ ଆଉ ଏହା ପରେ ହ୍ୱାଟ୍ସଆପରେ ଆସିଥିଲା ନ୍ୟୁଡ୍ ଭିଡ଼ିଓ କଲ । ତେବେ ଦଣ୍ଡଧାରୀ ଯୁବତୀ ଜଣଙ୍କୁ ବାରଣ କରିବା ସତ୍ୱେ ବି ଭିଡ଼ିଓ କଲରେ କଥା ହେଇଥିଲେ ଯୁବତୀ
ଆଉ ଏହି ସମୟରେ ସ୍କ୍ରୀନ ରେକଡ଼ିଂ କରି ଦଣ୍ଡଙ୍କୁ ବ୍ଲାକ ମେଲିଙ୍ଗ କରିବା ସହ ମୋଟା ଅଙ୍କର ଟଙ୍କା ମାଗିଥିଲେ ଅଜଣା ଯୁବତୀ ।

Advertisement

ଉପାୟ ନପାଇ ସାଇବର ଥାନାକୁ ବ୍ଲାକ ମେଲିଙ୍ଗ ଅଭିଯୋଗ ନେଇ ଯାଇଥିଲେ ଦଣ୍ଡଧର , କିନ୍ତୁ ପୋଲିସ ସହଯୋଗ କରିବା ବଦଳରେ ଦଣ୍ତଙ୍କ ମଜାକ ଉଡ଼େଇଥିଲେ । ଫଳରେ ଉପାୟ ଶୂନ୍ୟ ହୋଇ ଦଣ୍ଡଧର ପେଟରେ କଇଁଚି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବେହୋସ ଅବସ୍ଥାରେ ଦଣ୍ତ ଙ୍କୁ ତାଙ୍କ ଦୋକାନ ରୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କରା ଯାଇଛି

Leave a Reply

Your email address will not be published. Required fields are marked *