Pratidin TV

Odisha's Digital News Platform

ପେଟ୍ରୋଲ ପମ୍ପରେ ଅଜଣା ଯୁବକଙ୍କ ତୁମୁଳ କାଣ୍ଡ , ନିଆଁ ଲଗାଦେବାକୁ କଲେ ଉଦ୍ୟମ।

1 min read

ବଲାଙ୍ଗୀର ; ପେଟ୍ରୋଲ ପମ୍ପରେ ଘଟିଥିବା ତୁମୁଳ କାଣ୍ଡକୁ ନେଇ ଟାଉନ୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପେଟ୍ରୋଲ୍ ପମ୍ପ ମାଲିକ । ବଲାଙ୍ଗିର ଟାଉନ ଥାନା ପଖରେ ଥିବା ଭଜନ ଲାଲ ପେଟ୍ରୋଲ ପମ୍ପରେ ଆଜି ଜଣେ ଯୁବକ ତୁମୁଳ କାଣ୍ଡ ଘଟାଇଛନ୍ତି । ଉକ୍ତ ଯୁବକ ପେଟ୍ରୋଲ ପମ୍ପ କର୍ମଚାରୀମାନଙ୍କୁ ମାଡ ମାରିଥିବା ବେଳେ ପମ୍ପ ଜାଳି ଦେବାକୁ ଉଦ୍ୟମ କରୁଥିବା ନେଇ ପେଟ୍ରୋଲ ପମ୍ପ ମାଲିକ ସନ୍ଦୀପ ଅଗ୍ରୱାଲ ଥାନରେ ଏତଲା ଦେଇଛନ୍ତି ।

ଏହି ସମୟର ଭିଡିଓ ସାମିଜିକ ଗଣ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଅଭିଯୋଗ ଅନୁସାରେ ଜଣେ ଯୁବକ ପେଟ୍ରୋଲ ପମ୍ପକୁ ଆସି କର୍ମଚାରୀଙ୍କ ସହ ଝଗଡ଼ା କରିବା ସହିତ କର୍ମଚାରୀମାନଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ ।

Advertisement

ଉକ୍ତ ଘଟଣାରେ ଜଣେ ପେଟ୍ରୋଲ ପମ୍ପ କର୍ମଚାରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା କୁହାଯାଇଛି । ତେବେ ବଲାଙ୍ଗିର ଟାଉନ୍ ପୋଲିସ ତନା ଘନା ତଦନ୍ତ ଆରମ୍ଭ କରିଥିବା ମଧ୍ୟ ଜଣାପଡିଛି ।

Leave a Reply

Your email address will not be published. Required fields are marked *