(ଭିଡିଓ)ପୁଣି ନିଶା ନିବାରଣ କେନ୍ଦ୍ରରେ ଘଟିଲା ଅଘଟଣ , ଜୀବନ ଗଲା ଆଉ ଏକ ଯୁବକଙ୍କର
1 min readଭୁବନେଶ୍ୱର : ପୁଣି ନିଶା ନିବାରଣ କେନ୍ଦ୍ରରେ ଘଟିଲା ଅଘଟଣ । ଜୀବନ ଗଲା ଜଣେ ଯୁବକଙ୍କର । ନିଶା ନିବାରଣ କେନ୍ଦ୍ରରେ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର । ଘଟଣା ଘଟିଛି ଧଉଳି ନିକଟସ୍ଥ ଏକ ନିଶା ନିବାରଣ କେନ୍ଦ୍ରରେ ।୧୪ ତାରିଖରେ ବିକ୍ରମକୁ ତାଙ୍କ ପରିବାର ନିଶା ନିବାରଣ କେନ୍ଦ୍ରରେ ରେ ଭର୍ତ୍ତି କରିଥିଲେ ପରେ ଗତକାଲି ରାତିରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହକୁ ଉଦ୍ଧାର କରିଥିଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ।
ପରେ ତାଙ୍କୁ ହାଇଟେକ ହସପିଟାଲ ରେ ଭର୍ତ୍ତି କରଯାଇଥିଲା । ମୃତ୍ୟୁର ୧ ଘଣ୍ଟା ପରେ ପାରିବାର ଲୋକଙ୍କୁ ଖବର ଦେଇଥିଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ । ଅନ୍ୟପଟେ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଦାଗ ଥିବାରୁ ତାଙ୍କୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ।