ଆମ୍ବ ଗଛରୁ ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର , ଆଧାର କାର୍ଡରୁ ମିଳିଲା ପରିଚୟ …
1 min readରାୟଗଡା : ରାଜ୍ୟରେ ବୃଦ୍ଧି ପାଉଛି ଆତ୍ମହତ୍ୟା । ହେଲେ ଜଣାପଡୁନାହିଁ ପ୍ରକୃତ କାରଣ । ପୋଲିସର କାଗଜ କଲମରେ ହିଁ ଲୁଚିଯାଉଛି ତଦନ୍ତ । କିଏ ପାରିବାରିକ କଳହରୁ ଜୀବନ ହାରିଲାଣି ତ ପୁଣି କିଏ ମାନସିକ ବିସାଦର ଶିକାର ହୋଇ ମୃତ୍ୟୁକୁ କୋଳାଇଲାଣି । ବର୍ତ୍ତମାନ ଏଭଳି ଆତ୍ମହତ୍ୟାର ଅତ୍ୟାଧିକ ଶିକାର ହେଉଛି ଯୁବପୀଢି ।
Depression,frustration,overthinking,love,failour,family problem, carrier tension ଇତ୍ୟାଦିର ବଶବର୍ତ୍ତୀ ହୋଇ ଯୁବପୀଢି ନିଜ ଦିଗ ହରାଉଛି । ତେବେ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଏବଂ କୋଲନରା ସୀମାନ୍ତ ରେ ଥିବା ଭେଜା ଗ୍ରାମ ନିକଟସ୍ଥ ରାସ୍ତା ପାଶ୍ୱ ଆମ୍ବ ତୋଟା ରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ ଭେଜା ଗ୍ରାମର କିଛି ଲୋକ ଆଜି ଅପରାହ୍ନ ସମୟରେ ଆମ୍ବ ଗୋଟାଇବା ପାଇଁ ଆମ୍ବତୋଟାକୁ ଯିବା ସମୟରେ ଯୁବକ ଜଣଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ବାକୁ ପାଇଥିଲେ । ଏହାପରେ ସେ ତୁରନ୍ତ କଲ୍ୟାଣସିଂହପୁର ପୋଲିସ ଥାନାରେ ସୂଚନା ଦେଇଥିଲେ । ପରେ ଅଗ୍ନିଶମ ବିଭାଗ ପହଂଚି ଯୁବକଙ୍କ ମୃତ ଦେହ ଉଦ୍ଧାର କରି ପୋଲିସଙ୍କୁ ହସ୍ଥାନ୍ତର କରିଥିବା ଅଗ୍ନିଶମ ବିଭାଗ ଅଧିକାରୀ ବଳରାମ ବେହେରା କହିଛନ୍ତି।
ତେବେ ଯୁବକ ଜଣକଙ୍କ ବ୍ୟାଗରୁ ଗୋଟିଏ Bank passbook ସହ ଆଧାର କାର୍ଡ ଟର୍ଚ୍ଚ ଲାଇଟ ମିଳିଛି।
ଯୁବକ ଜଣଙ୍କ ଘର କାଶୀପୁର ବ୍ଳକ ଅଡାଝର ପଞ୍ଚାୟତର ସୋରିଷ ବାଡ଼ି ଗ୍ରାମର ଲଣ୍ଡା ନାୟକଙ୍କ ପୁତ୍ର କେଶବ ନାୟକ ବୋଲି ଆଧାରକାର୍ଡରୁ ଜଣାପଡିଛି । ଘଟଣା ସ୍ଥଳରେ ବର୍ତ୍ତମାନ କଲ୍ୟାଣସିଂହପୁର ପୋଲିସ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।