Pratidin TV

Odisha's Digital News Platform

ଯୋବ୍ରା ବ୍ୟାରେଜରୁ ଯୁବକଙ୍କ ମୃତଦେହ ଉଦ୍ଧାର…

1 min read

କଟକ : ଯୋବ୍ରା ବ୍ୟାରେଜରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । କଟକ ଜିଲ୍ଲା ଯୋବ୍ରା ବ୍ୟାରେଜର ୧୭ ନମ୍ବର୍ ଗେଟରେ ଜଣେ ଯୁବକଙ୍କ ଭାସୁଥିବା ମୃତଦେହ ଉଦ୍ଧାର କରାଯାଇଛି ।

ଆଜି ସକାଳ ସମୟରେ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଏହାପରେ ଘଟଣା ସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ମୃତଦେହ କୁ ଉଦ୍ଧାର କରିଛନ୍ତି। ତେବେ ଯୁବକ ଜଣକ ହେଉଛନ୍ତି ଗଣେଶ ସାହୁ ପିତାଙ୍କ ନାମ ଲଣ୍ଡା ସାହୁ । ଅନ୍ୟପଟେ ପୋଲିସ ଉଦ୍ଧାର ହୋଇଥିବା ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଇଛି ।

Advertisement

ତେବେ ଯୁବକଙ୍କ ପକେଟରେ ଥିବା ପାନକାର୍ଡରୁ ହିଁ ତାଙ୍କ ନା ଆଉ ବାପାଙ୍କ ନାମ ଜଣାପଡିଛି । କିନ୍ତୁ ଯୁବକଙ୍କ ଘର କେଉଁଠି ଏବଂ ସେ ଏଠାକୁ କିପରି ଆସିଲେ ଓ କାହିଁକି ଆତ୍ମହତ୍ୟା କଲେ ତାହା ବର୍ତ୍ଥମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ତେବେ ଯୁବକ ଜଣକ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରି ଫିଙ୍ଗିଦେଇଛି ତାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Leave a Reply

Your email address will not be published. Required fields are marked *