Pratidin TV

Odisha's Digital News Platform

ରେଳ ଧାରଣାରୁ ଉଦ୍ଧାର ହେଲା ନିଖୋଜ ଯୁବକଙ୍କ କ୍ଷତାକ୍ତ ମୃତଦେହ ।

ଖୋର୍ଦ୍ଧା ; ରେଳ ଲାଇନ ଉପରୁ ମିଳିଲା ଯୁବକଙ୍କ କ୍ଷତାକ୍ତ ଶରୀର । ମୃତ ଯୁବକଙ୍କ ନାମ ମାଗା ସୁବୁଦ୍ଧି ବୟସ ୨୬ ବର୍ଷ. ଘର ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ହାଟ ବରଡ଼ି ଗ୍ରାମର ବୋଲି ଜଣାପଡିଛି ।

#ଖବର ଅନୁଯାୟୀ ମୃତ ଯୁବକ ୨୪ ଘଣ୍ଟା ତଳୁ ଘରୁ ନିଖୋଜ ଥିଲେ । ଘର ଲୋକେ ଏନେଇ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ମାଗା ସୁବୁଦ୍ଧିର ପତ୍ତା ପାଇ ପାରି ନଥିଲେ । ଆଜି ସକାଳୁ ଗାଁ ଲୋକେ ବିଲ ବାଡ଼ି କାମକୁ ଯାଇଥିବା ବେଳେ ଛକଡି ପୁର ନିକଟ ୩ ଶଙ୍ଖ ରେଳ ଲାଇନ ଉପରେ କ୍ଷତାକ୍ତ ମୃତ ଦେହ ଦେଖିବାକୁ ପାଇଥିଲେ ।

ଏନେଇ ଗାଁ ଲୋକେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଚିହ୍ନଟ କରିଥିଲେ । ଖବର ପାଇଁ ରେଳବାଇ ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିବ ।ଏହାକୁନେଇ ଗାଁ ରେ ଉତ୍ତେଜନା ଦେଖା ଦେଇଛି । ଯୁବକ ଜଣଙ୍କ କେମିତି ନିଖୋଜ ହେଲେ ନା ତାଙ୍କୁ କିଏ ଅପହରଣ କରି ମାରି ଫିଙ୍ଗିଦେଇଛି । ଏନେଇ ଅନେକ ପ୍ରସ୍ନ ପୋଲିସ ସାମ୍ନାରେ ।

Leave a Reply

Your email address will not be published. Required fields are marked *