Pratidin TV

Odisha's Digital News Platform

ରୋଲ୍ ଖାଇ ଚାଲିଗଲା ଯୁବକର ଜୀବନ..

1 min read

ଅନେକ ସମୟରେ ଆମେ ଘର ଖାଦ୍ୟ ନ ଖାଇ ବାହାର ଖାଦ୍ୟ ଖାଇଥାଆନ୍ତି । ବିଶେଷ କରି ଯୁବପିଢ଼ି ମାନେ ଫାଷ୍ଟଫୁଡ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି । ସେହିପରି ବୟସ୍କ ମାନେ ମଧ୍ୟ ଫାଷ୍ଟଫୁଡ ମାୟାରେ ବାୟା । ତେବେ ଏହି ଫାଷ୍ଟଫୁଡ ମଧ୍ୟରୁ ସମସ୍ତେ ଅଧିକ ରୋଲ ଖାଇବାକୁ ଭଲ ପାଆନ୍ତି । ଯଦି ଆପଣବି ରୋଲ ଖାଇବାକୁ ପସନ୍ଦ କରନ୍ତି ତାହେଲେ ଏହି ଖବର ଆପଣଙ୍କ ପାଇଁ । ଯଦି ଆପଣ ରୋଲ୍ ଖାଉଛନ୍ତି ତାହେଲେ ଏବେଠୁ ସାବଧାନ ହୋଇଯାନ୍ତୁ ନହେଲେ ଆପଣଙ୍କ ଅସାବଧାନତା ଆପଣଙ୍କ ଜୀବନ ନେଇପାରେ । କାରଣ ଆଜି ସେହି ରୋଲ୍ ଖାଇ ଚାଲିଯାଇଛି ଯୁବକଙ୍କ ଜୀବନ । ଯାହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୁମ୍ବଇର ମହାରାଷ୍ଟ୍ର ନଗରରେ । ଖରାପ ଚିକେନରେ ପ୍ରସ୍ତୁତ ଶୱାରମା ରୋଲ୍ ଖାଇ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି । ଏହାସହ ଅନ୍ୟ କେତେକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ମାମଲା ରୁଜୁ କରାଯିବା ସହ ପୁଲିସ ଉକ୍ତ ଦୋକାନୀଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି ।

ସୂଚନା ଯୋଗ୍ୟ, ମହାରାଷ୍ଟ୍ର ନଗରରେ ୩ ମେ ସନ୍ଧ୍ୟା ୬ଟାରେ ୧୯ ବର୍ଷୀୟ ପ୍ରଥମେଶ ରୋଲ୍ ଖାଇଥିଲେ । ପରଦିନ ୪ ମେ’ରେ ସକାଳ ୭ଟାରୁ ତାଙ୍କ ପେଟରେ ଯନ୍ତ୍ରଣା ସହ ବାନ୍ତି ହୋଇଥିଲା । ଘର ଲୋକେ ତୁରନ୍ତ ତାଙ୍କୁ ନିକଟରେ ଥିବା ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ନେଇଥିଲେ । ଆରାମ ଅନୁଭବ ହେବାରୁ ଘରକୁ ପଳାଇ ଆସିଥିଲେ । ଦିନ ଯାକ ଘରେ ଅନ୍ୟ କୌଣସି ଖାଦ୍ୟ ଖାଇନଥିଲେ ।ମେ’୫ରେ ସକାଳ ୮ଟାରେ ପୁଣି ଥରେ ପ୍ରଥମେଶଙ୍କର ପେଟରେ ଯନ୍ତ୍ରଣା ଓ ବାନ୍ତି ଆରମ୍ଭ ହୋଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ମଧ୍ୟ ଡାକ୍ତର ଚିକିତ୍ସା ପରେ ତାଙ୍କୁ ଘରକୁ ପଠାଇଥିଲେ । ମାତ୍ର ପୁଣି ଥରେ ଯନ୍ତ୍ରଣା ଅନୁଭବ ହେବା କାରଣରୁ ପୁନଃ ହସ୍ପିଟାଲ ନିଆଯାଇଥିଲା । ଡାକ୍ତରଙ୍କ ଚିକିତ୍ସା ପରେ ମଧ୍ୟ ପ୍ରଥମେଶଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ହୋଇନଥିଲା । ମେ’୭ରେ ସକାଳ ପ୍ରାୟ ସାଢେ ୧୦ଟାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପୁଲିସ ଦୋକାନୀକୁ ଗିରଫ କରିବା ସହ ରୋଲର ନମୁନାକୁ ପରୀକ୍ଷା କରିବା ପାଇଁ ପଠାଯାଇଛି । ପ୍ରାଥମିକ ଯାଞ୍ଚ ଅନୁଯାୟୀ, ଖରାପ ଚିକେନରୁ ପ୍ରସ୍ତୁତ ଶୱାରମା ରୋଲ୍ ଖାଇବାରୁ ପ୍ରଥମେଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବା ପରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ପୁଲିସ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରଖିଛି ।

Advertisement

Leave a Reply

Your email address will not be published. Required fields are marked *