ରାଜଧାନୀ ଭିଏଏସ୍ନଗରରେ ଭୟଙ୍କର ବିସ୍ପୋରଣ , ଆଖିବୁଜିଲେ ଯୁବକ
1 min readଭୁବନେଶ୍ୱର : ପୁଣି ବାଣ ବିସ୍ପୋରଣ ନେଲା ଜୀବନ । ସୋମବାର ସନ୍ଧ୍ୟାରେ ରାଜଧାନୀରେ ହୋଇଥିବା ବାଣ ବିସ୍ଫୋରଣ ଯୋଗୁ ଅକାଳରେ ଜଣଙ୍କର ଜୀବନ ଯାଇଛି ।
ସୂଚନାଯୋଗ୍ୟ ଯେ ଗତକାଲି ସନ୍ଧ୍ୟା ସମୟରେ ଭିଏସଏସ ନଗର ସିଏଲ କଲୋନି ସ୍ଥିତ ନିଜ ଘର ଭିତରେ ଶିବାନନ୍ଦ ତାଡୋ ନାମକ ଜଣେ ଯୁବକ ବାଣ ପ୍ରସ୍ତତ କରୁଥିଲେ । ଠିକ୍ ସେହି ସମୟରେ ଅସାବଧାନତା ଯୋଗୁ କିମ୍ବା ଅନ୍ୟ କୌଣସି ମିଶ୍ରଣ ପକ୍ରିୟା ଯୋଗୁ ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଫଳରେ ତାଙ୍କ ଆଜବେଷ୍ଟସ୍ ଘରର ଛପର ଉଡ଼ି ଯାଇଥିଲା। ଘରୋଇ ଉପକରଣ ସାମଗ୍ରୀ ସବୁ ଛିନ୍ଛତ୍ର ହୋଇ ବାହାରେ ପଡ଼ିଥିଲା। ଶିବ।ନନ୍ଦ ଗିରତର ଅବସ୍ଥାରେ ପଡିଥିଲେ । ଏଭଳି ଭୟଙ୍କର ବିସ୍ପୋରଣ ପରେ ପାଖ ପଡୋଶୀ ଓ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ସିବାନ୍ଦକୁ ତୁରନ୍ତ ଚିକିତ୍ସାଳୟ ନେଇଯାଇଥିଲେ ଏବଂ ତାସହ ପୋଲିସକୁ ମଧ୍ୟ ଖବର ପଠାଇଥିଲେ । କିନ୍ତୁ ଦୁର୍ଭାଗ୍ୟ ବସତ ଶିବାନନ୍ଦ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ଆଖି ବୁଜିିଥିଲେ ।
ଅନ୍ୟପଟେ କମିଶନରେଟ୍ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି । ତେବେ ବିସ୍ପୋରଣ ଘଟିଥିବା ସ୍ଥାନରେ କେତେ ଦିନ ଧରି ବାଣ ଭିଡା ଯାଉଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ତେବେ କମିଶନରେଟ୍ ପୁଲିସ୍ ସେହି ଘରକୁ ସିଲ୍ କରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ଏନେଇ ମୁହଁ ଖୋଲୁ ନାହାନ୍ତି। ତେବେ ଏଠି ପ୍ରଶ୍ନ ଉଠୁଛି, ରାଜଧାନୀର ଛାତି ଉପରେ ଏକ ଜନବସତି ଅଞ୍ଚଳରେ ବାଣ ଭିଡ଼ା ହେଉଥିବା ବେଳେ ପୁଲିସ କେମିତି ଜାଣିପାରୁନଥିଲା?