(ଭିଡିଓ)ଟଙ୍କା ପାଇଁ ସଇତାନ୍ ସାଜିଲେ ବଡ଼ବାପା ଓ ଦୁଇ ଭାଇ , ନେଇଗଲେ ଗୋଟେ ଜୀବନ ..
1 min readବୌଦ୍ଧ : ହଜିଗଲାନି ମାନବିକତା।ଭୁଲିଗଲା ରକ୍ତର ସର୍ମ୍ପକ । କିଛି ଟଙ୍କା ପାଇଁ ସଇତାନ ପାଲଟିଗଲା ବଡବାପା ଓ ୨ ଭାଇ । ଚାଲିଗଲା ଜଣଙ୍କ ଜୀବନ , ମୃତ ସହ ହସ୍ପିଟାଲରେ ସଘର୍ଷ କରୁଛି ଆଓ ଜଣେ । ଏପରି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମନୁପାଲି ପଞ୍ଚାୟତ ମହୁଲି ଗାଁରେ।
ମିଳିଥିବା ସୂଚନା ଅନୁସାରେ ମନମୁଣ୍ଡା ଥାନା ଅନ୍ତର୍ଗତ ମହୁଲି ଗ୍ରାମରେ ଧାନବିକା ଟଙ୍କା ଭାଗ ବଣ୍ଟା ନେଇ ଭାଇ ଭାଇ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି।ମହୁଲି ଗାଁ ର ଦୁଇ ଭାଇ ବାଳକୃଷ୍ଣ ମେହେର ଏବଂ ରାମଚନ୍ଦ୍ର ମେହେର ମଣ୍ଡିରେ ଧାନ ବିକ୍ରୟ କରିଥିଲେ।ବିକ୍ରି ଟଙ୍କା ସବୁ ବାଳକୃଷ୍ଣ ଙ୍କ ଆକାଉଣ୍ଟରେ ଜମା ହୋଇଥିଲା।ରାମଚନ୍ଦ୍ର ଙ୍କ ପୁଅ ପ୍ରଦୀପ ଧାନ ବିକ୍ରି ବାବଦକୁ କୃଷ୍ଣଙ୍କୁ ଟଙ୍କା ମାଗିଥିଲେ କିନ୍ତୁ ରାମଚନ୍ଦ୍ର ଙ୍କ ଠାରୁ ପାଇବାକୁ ଥିବା ୨୮ ଡିସିମିଲ ଜମି ବାଳକୃଷ୍ଣ ଙ୍କ ନାମରେ ରେଜିଷ୍ଟ୍ରି କଲେ ଟଙ୍କା ଦିଆଯିବ ବୋଲି ବାଳକୃଷ୍ଣ ଙ୍କ ପୁଅ ନବଘନ କହିଥିଲେ।ପରେ କଥା କଟାକୁଟି ହୋଇ ଦୁଇ ପରିବାର ମଧ୍ୟରେ ହାତାହାତି ହୋଇ ବର୍ଛି ଠେଙ୍ଗା ଭୁଜାଲି ପର୍ଯ୍ୟନ୍ତ ଯାଇଥିଲା ଓ ରଣ ଭୂମି ପାଲଟି ଥିଲା ମହୁଲି ଗାଁ। ଏଥିରେ ସୁବଳ ମେହେର ଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ତାଙ୍କ ବାପା ରାମଚନ୍ଦ୍ର ଙ୍କ ଅବସ୍ଥା ସଙ୍କଟା ପନ୍ନ ଥିବା ଜଣା ପଡିଛି। ସୁବଳ ଙ୍କ ସ୍ତ୍ରୀର ମଥାରୁ ସବୁଦିନ ପାଇଁ ଲିଭି ଗଲା ସିନ୍ଦୁର ଆଉ ବାପ ଛେଉଣ୍ଡ ହେଇଗଲା ୧ବର୍ଷର ନିଷ୍ପପ ଶିଶୁ । ନିଜ ୧ବର୍ଷର ଛୁଆକୁ ଧରି ସ୍ଵାମୀଙ୍କ ନ୍ୟାୟ ମାଗୁଛି ସ୍ତ୍ରୀ ।
ଆଜି ସୁବଳଙ୍କ ପରିବାର ଲୋକେ ମନମୁଣ୍ଡା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ବେଳେ ଉକ୍ତ ଥାନାରେ କେସ ନମ୍ୱର୍ ୬୩/୨୦୨୩ ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଧାରା ୩୦୨,୩୦୭,୩୨୩,୩୨୪,୩୨୫,୨୯୪ ସହ ୩୪ ଆଇପିଶି ରେ କେସ ରୁଜୁ ହୋଇଛି । ଏ ପର୍ଯ୍ୟନ୍ତ ପୋଲିସ୍ ଜଣକୁ ଗିରଫ କରିଥିବା ବେଳେ ଫେରାର୍ ଥିବା ଆସାମୀ ମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ମନମୁଣ୍ଡା ଥାନା ଅଧିକାରୀ ଅଶ୍ଵିନୀ ଭିତିରିଆ ସୂଚନା ଦେଇଛନ୍ତି।