Pratidin TV

Odisha's Digital News Platform

ଫିଲ୍ମ ଦେଖିୁଥିବା ସମୟରେ ଚାଲିଗଲା ଯୁବକଙ୍କ ଜୀବନ , ଆଶ୍‌ର୍ଯ୍ୟ ହେଲେ ଦର୍ଶକ

1 min read

ନୂଆଦିଲ୍ଲୀ : ହଲିଓଡ୍ ଫିଲ୍ମ ଅବତାର-୨ କୁ ନେଇ ଦର୍ଶକମାନଙ୍କ ଭିତରେ ଦେଖାଦେଇଛି ଉତ୍ସାହ । ଠିକ୍ ଏହି ସମୟରେ ଫିଲ୍ମକୁ ନେଇ ଆସିଛି ଏକ ଦୁଃଖଦ ଖବର । ଯାହାକୁ ନେଇ ବର୍ତ୍ତମାନ ଦେଶବ୍ୟାପି ଖେଳି୍‌ଯାଇଛି ଭୟର ବାତାବରଣ । ଅବତାର-୨ ଦେଖିୁ ଦେଖୁ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଆନ୍ଧ୍ରପ୍ରଦେଶର କାକିନଡା ଜିଲାର ପେଡ୍ଡାପୁରମ ସହରରେ ଘଟିଯାଇଛି । ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଅବତାର-୨’ ଦେଖିବା ସମୟରେ ଜଣେ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ଘଟିଛି । ସେ ହେଲେ ଲକ୍ଷ୍ମୀରେଡ୍ଡୀ ଶ୍ରୀନୁ ।

ସୂଚନାଅନୁଯାୟୀ ଶ୍ରୀନୁ ଶୁକ୍ରବାର ଦିନ ‘ଅବତାର-୨’ ଦେଖିବା ପାଇଁ ତାଙ୍କ ସାନଭାଇ ରାଜୁଙ୍କ ସହ ପେଡ୍ଡାପୁରମର ଏକ ଫିଲ୍ମ ହଲ କୁ ଯାଇଥିଲେ । ଫିଲ୍ମ ଦେଖିବା ମସୟରେ ହଠାତ୍ ଶ୍ରୀନୁ ତଳେ ଖସିପଡିଥିଲେ । ଏହା ଦେଖି ଶ୍ରୀନୁଙ୍କ ସାନ ଭାଇ ଆଶ୍ଚର୍ଯ୍ୟ ହୋଇଯାଇ ଫିଲ୍ମ ହଲ୍‌ରେ ଚିତ୍କାର କରିଥିଲେ । ପାଖରେ ଥିବା ଦର୍ଶକମାନଙ୍କ ସାହାର୍ଯ୍ୟରେ ରାଜୁ ନିଜ ଭାଇ ଶ୍ରୀନୁଙ୍କୁ ପେଡାପୁରମ୍ ସରକାରୀ ଡାକ୍ତରଖାନାକୁ ନେଇଥିଲେ ।

ସେଠାରେ ଡାକ୍ତର ଶ୍ରୀନୁଙ୍କୁ ମୃତ ଘୋଷଣା କରିଥିଲେ ଏବଂ ମୃତ୍ୟୁର କାରଣ ହୃଦଘାତ ବୋଲି କହିଥିଲେ । ରାଜୁ ତାଙ୍କ ଭାଇଙ୍କ ମୃତ୍ୟୁ ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ଶ୍ରୀନୁଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ପାଇବା ମାତ୍ରେ ପରିବାରରେ ଶୋକ ପ୍ରକାଶ ପାଇଥିଲା । ମୃତ ଶ୍ରୀନୁଙ୍କର ଦୁଇଟି ସନ୍ତାନ, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି ।

Leave a Reply

Your email address will not be published. Required fields are marked *