ଆକାଶ ଦୋଳିଲେ ବସୁଥିଲେ ସାବଧାନ ! ଘଟିପାରେ ଏଭଳି ଅଘଟଣ
1 min readଭୁୁବନେଶ୍ୱର : ମଣିଷର ଟିକିଏ ଅସାବଧାନତା ଯୋଗୁ ଘଟିଯାଉଛି ଅଘଟଣ । ଦୋଳିରୁ ଖସି ଚାଲିଯାଇଛି ଜଣେ ବ୍ୟବସାୟୀ ଜୀବନ । ଏଭଳି ଏକ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ତୁରେଇକୁଲା ସହରରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ଦେବରାଜ ସାହୁ। ତାଙ୍କୁ ୩୮ବର୍ଷ ହୋଇଥିଲା।ତେବେ ଦେବରାଜ ଜଣେ କୁକୁଡ଼ା ବ୍ୟବସାୟୀ ଥିଲେ।
ଗତ କିଛିଦିନ ଧରି ତୁରେକେଲାରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମୀନାବଜାର ପଡିଛି। ସେଠାରେ ଆକାଶ ଦୋଳି ସହ ଅନେକ ଦୋଳି ପଡ଼ିଛି। ଗତକାଲି ଦେବରାଜ୍ ଦେବରାଜ ଆକାଶ ଦୋଳିରେ ବସି ଝୁଲୁଥିଲେ। ହଠାତ୍ କୌଣସି କାରଣ ବସତ ସେ ଦୋଳିଳୁ ଖସି ପଡ଼ିଥିଲେ।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏହି ଖବରଟି ନିଆଁ ଭଳି ବ୍ୟାପିଯାଇଥିବା ବେଳେ , ଲୋକମାନଙ୍କ ମନରେ ଆକାଶ ଦୋଳିକୁ ନେଇ ଡର ବସିଯାଇଛିା ତେବେ ଦେବରାଜ୍ କେଉଁ କାରଣରୁ ଦୋଳିରୁ ଖସିପଡିଲେ ତାହା ଏଯାଏଁ ସୁଦ୍ଧା ଅସ୍ପଷ୍ଟ ।
ଏଠାରେ ସାଧାରନ ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଦେବରାଜ୍ ନିଜ ଅସାବଧାନତାରୁ ମୃତ୍ୟୁ ମୁଖରେ ପଡିଲେ । ନା କିଏ ତାଙ୍କୁ ଦୋଳିଳୁ ଧକ୍କା ଦେଇଥିଲା , କିମ୍ବା ଆକାସ ଦୋଳିଳ କିଛି ତୃଟି ଯୋଗୁ ଏପରି ହେଲା !
ଏପଟେ ଦେବରାଜଙ୍କ ମୃତ୍ୟୁ ପରେ ଘରେ ଶୋକର ଛାୟା ଖେଳିଯାଇଛି।ଦେବରାଜ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିବାରୁ ତାଙ୍କୁ ପରିବାରକୁ ଆର୍ଥିକ ସହୟୟତା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଦେବରାଜ କିପରି ଦୋଳିରୁ ଖସିଲେ ପୁଲିସ ତାର ତଦନ୍ତ କରୁଛି। ତୁରେକେଲା ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।