ସୁନ୍ଦର ହେବା ପାଇଁ ଯୁବକ କରୁଥିଲେ ସର୍ଜରୀ , ଚାଲିଗଲା ଜୀବନ ..
1 min readନିଜକୁ ପତଳାକରି ଆକର୍ଷଣୀୟ ଦିଶିବାର ମୋହ ଶେଷରେ ଜୀବନ ନେଲା । ଭୁଲ୍ ସର୍ଜରୀ ଯୋଗୁଁ ମାତ୍ର ୨୬ ବର୍ଷରେ ତାଙ୍କର ଜୀବନ ଚାଲିଯାଇଛି । ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାରେ ଓଜନ ହ୍ରାସ ପାଇଁ ଅସ୍ତ୍ରୋପଚାର କରିବା ସମୟରେ ଜଣେ ଯୁବକର ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାମ ଏସ୍ ହେମଚନ୍ଦ୍ରନ୍, ସେ ପୁଡୁଚେରୀର ଏକ ଆଇଟି ପ୍ରଫେସନାଲ ଥିବା ଜଣାପଡ଼ିଛି ।
ଗତ ସୋମବାର ମେଟାବୋଲିକ୍ ଏବଂ ବାରିଆଟ୍ରିକ୍ ଅସ୍ତ୍ରୋପଚାର ପାଇଁ ହେମଚନ୍ଦ୍ରନଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ରାତିରେ ଅସ୍ତ୍ରୋପଚାର ପାଇଁ ତାଙ୍କୁ ଆନାସ୍ଥେସିଆ ଦିଆଯାଇଥିଲା । ଏହି ଆନାସ୍େଥସିଆ ଦିଆଯିବାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଅନେକ ଚେଷ୍ଟା ପରେ ବି ଶେଷରେ ହେମଚନ୍ଦ୍ରନଙ୍କ ମୃତ୍ୟୁ ହୋଇଯାଇଥିବା ଡାକ୍ତରଙ୍କ ପକ୍ଷରୁ ପ୍ରକାଶ ପାଇଛି । ହେମଚନ୍ଦ୍ରନଙ୍କ ବାପା ଡି.ସେଲଭନାଥନ୍ ପୁଅ ହେମଚନ୍ଦ୍ରନଙ୍କ ଅସ୍ତ୍ରୋପଚାର କରୁଥିବା ଡାକ୍ତର ପେରୁଙ୍ଗୋ ଓ ତାଙ୍କ ସହାୟକଙ୍କ ବିରୋଧରେ ତିରୁଭଲ୍ଲୁବର ନଗର ପୁଲିସ ଷ୍ଟେସନରେ ମାମଲା ରୁଜୁ କରିଛନ୍ତି ।