Pratidin TV

Odisha's Digital News Platform

ଜେଜେଙ୍କ ଦଶ କର୍ମରେ ମହାନଦୀରେ ବୁଡି ଚାଲିଗଲା ନାତିର ଜୀବନ

1 min read

ଜେଜେଙ୍କ ଶୁଦ୍ଧିକ୍ରିୟାକୁ ଯୋଗଦେବାକୁ ଯାଇ ମହାନଦୀରେ ବୁଡି ନାତିର ହେଲା ମୃତ୍ୟୁ | ଏପରି ଘଟଣା କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ଘଟିଛି | ତାଙ୍କ ନାଁ ୨୨ ବର୍ଷୀୟ ରୂପକ ବାନାର୍ଜୀ ବୋଲି ଜଣାପଡିଛି | ଜେଜେଙ୍କ ମୃତ୍ୟୁ ପରେ ଆଜି ଥିଲା ଦଶତୁଠ | ଦଶତୁଠ ଶୁଦ୍ଧି କାମ ପାଇଁ ସମସ୍ତେ ହାତୀଗଡ଼ା ଘାଟକୁ ଆସିଥିଲେ। ପରେ ସେ ହଠାତ ନିଖୋଜ ହୋଇଯାଇଥିଲେ | ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି କରିବା ପରେ ରୂପକ ବାନାର୍ଜୀଙ୍କ ମୃତଦେହ ମିଳିଥିଲା।

ତେବେ ସୂଚନା ମୁତାବକ, ଆଜି ମଧ୍ୟାହ୍ନ ସମୟରେ କଟକ ସିଡିଏ ଅଞ୍ଚଳର ୨୨ ବର୍ଷୀୟ ଯୁବକ ରୂପକ ବାନାର୍ଜୀ ନିଜର ଜେଜେଙ୍କ ଦଶ କାର୍ଯ୍ୟ ପାଇଁ ତୁଠକୁ ଆସିଥିଲେ। ଏହି ସମୟରେ ରୂପକ ମହାନଦୀ ରେ ବୁଡି ଯାଇଥିଲେ।ପରିବାର ଲୋକେ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରି ନଥିଲା । ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଅଧା ଘଣ୍ଟା ଖୋଜିବା ପରେ ଅଗ୍ନିଶମ ବାହିନୀ ଦ୍ୱାରା ଯୁବକ ଙ୍କୁ ଉଦ୍ଧାର କରାଯାଇ କଟକ ଏସିବି କୁ ଚିକିତ୍ସା ଲାଗି ପଠା ଯାଇଥିଲା।କଟକ ଏସିବି ରେ ଡାକ୍ତର ରୂପକ ଙ୍କୁ ମୃତ ଘୋଷଣା କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *