Pratidin TV

Odisha's Digital News Platform

ସରକାରୀ ଚାକିରୀ ପାଇଁ ରାସ୍ତା କଡରେ ଜୁସ୍ ବିକ୍ରି କଲେ ୨ ଯୁବକ , ସାଜିଲେ ନିଆରା ଉଦାହରଣ …

ଭଞ୍ଜନଗର : ଆଜିର ସମାଜରେ ଲୋକ ସଂଖ୍ୟା ଯେତିକି ବଢୁଛି ରୋଗୀ ମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ପିଲାଠାରୁ ବୁଢା ସମସ୍ତଙ୍କୁ ମଧୁମେହ, ଗ୍ୟାଷ୍ଟିକ, ରକ୍ତ ଚାପ, ସୁଗାର ଭଳି ବିଭିର୍ଣ୍ଣ ପ୍ରକାର ରୋଗ ବ୍ୟାପିବାରେ ଲାଗିଛି । ଏସବୁକୁ ନିୟନ୍ତ୍ରଣ କରିବା ପାଇଁ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ବିଭିର୍ଣ୍ଣ ପ୍ରକାର ଔଷଧ ଖାଇବା ସହିତ ବ୍ୟୟାମ ମଧ୍ୟ କରିଥାନ୍ତି । ସେହିଭଳି ଭାବରେ ଶରୀରକୁ ସୁସ୍ଥ ରଖିବା ପାଇଁ ମାଣ୍ଡିଆ ସରବତ, କଲରା ସର୍ବତ, ବିଟ ସର୍ବତ, ଗାଜର ସର୍ବତ, ବେଲପତ୍ର ସର୍ବତ, ଶାବଜି ସର୍ବତ ପିଇବାକୁ ଲୋକେ ପସନ୍ଦ କରନ୍ତି । ଏହିଭଳି ସ୍ୱାସ୍ଥ୍ୟ ସଚେତନତା କୁ ଦୃଷ୍ଟିରେ ରଖି ଭଞ୍ଜନଗର ସହର ବସଷ୍ଟାଣ୍ଡ ଠାରେ ଦୁଇ ଯୁବକ ମାଣ୍ଡିଆ, କଲରା, ବିଟ, ବେଲପତ୍ର ଭଳି ବିଭିର୍ଣ୍ଣ ଜୁସ ଲୋକଙ୍କୁ ଯୋଗେଇ ଥାନ୍ତି ।

ଏଭଳି ଏକ ସଚେତନତା ଓ ଲୋକଙ୍କୁ ସ୍ୱାସ୍ଥ୍ୟ କୁ ଦୃଷ୍ଟି ରେ ରଖି ଦୁଇ ମେଧାବୀ ଯୁବକ କାଳିଆ ପ୍ରଧାନ (୨୭) ଓ ସୁରଜ ବେହେରା ଏଭଳି ନିଆରା ପଦକ୍ଷେପ ନେଇଛନ୍ତି । ଭବିଷ୍ୟତକୁ ସରକାରୀ ଚାକିରୀ କରିବା ପାଇଂ ଆଶାବାଦୀ ଥିବା କାଳିଆ କହିଛନ୍ତି ଯେ ମୁଁ ଥରେ ରେଲୱେ ପରୀକ୍ଷା ଦେବାକୁ ବ୍ରହ୍ମପୁର ଯାଇଥିଲି ସେଠାରେ ଏମିତି ସ୍ୱାସ୍ଥ୍ୟ ଉପଯୋଗି ସର୍ବତ ଦେଖି ନିଜେ ସ୍ୱାବଲମ୍ଭି ହେବାକୁ ଚାହିଁଥିଲି । ମୋର ଆର୍ଥିକ ପରିସ୍ଥିତି ଏତେଟା ସ୍ୱଛଳ ନଥିବାରୁ ଭଞ୍ଜନଗର ବ୍ଲକର ଆଇପିଓ ସାରଙ୍କ ସହାୟତରାରେ ଆଜି ମୁଁ ଏହି ବେପାର ଆରମ୍ଭ କରିପାରିଛି ।

Leave a Reply

Your email address will not be published. Required fields are marked *