Pratidin TV

Odisha's Digital News Platform

ୟୁଟ୍ୟୁବ୍ ଆଣିଲା ନୂଆ ନିୟମ , ଏହିପରି ଭାବେ କରିପାରିବେନି ଭିଡିଓ ଅପଲୋଡ …

1 min read

ୟୁଟ୍ୟୁବ ଆଣିଲା ନୂଆ ନିୟମ । ଏମିତି ସେମିତି ଭିଡିଓ କରିପାରିବେନି ଅପଲୋଡ଼ । ଭିଡିଓ ନିର୍ମାତାଙ୍କୁ ଜଣାଇବାକୁ ପଡିବ ଅପଲୋଡ଼ କରୁଥିବା ଭିଡିଓ ଅସଲି ନାଁ ନକଲି । ସୂଚନାନୁଯାୟୀ ଚଳିତ ସପ୍ତାହରେ ୟୁଟ୍ୟୁବ୍ ଏକ ନୂତନ ଟୁଲ ଲଞ୍ଚ କରିଛି । ବର୍ତ୍ତମାନ ଭିଡିଓ ନିର୍ମାତାଙ୍କୁ ଜଣାଇବାକୁ ପଡିବ ଯେ ସେମାନେ ଦେଖାଉଥିବା ଭିଡିଓ ଅସଲି ନା କମ୍ପ୍ୟୁଟର ପ୍ରୋଗ୍ରାମ ଅର୍ଥାତ ଏଆଇ ସହାୟତାରେ ପ୍ରସ୍ତୁତ କରାଯାଇଛି । ୟୁଟ୍ୟୁବ ଭିଡ଼ିଓ ନିର୍ମାତାଙ୍କୁ ଯେଉଁ ଲେବଲ୍ ପ୍ରଦାନ କରିବା କଥା କହୁଛି ତାହା କେବଳ ଲମ୍ବା ଭିଡିଓ ପାଇଁ ନୁହେଁ ବରଂ ସର୍ଟସ୍ ଭିଡ଼ିଓ ପାଇଁ ମଧ୍ୟ କାର୍ଯ୍ୟକାରୀ ହେବ ।

ଯଦିଓ ଭିଡିଓ ପାଇଁ କେବଳ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଯେପରିକି ଫିଲ୍ଟର ପ୍ରୟୋଗ କରିବା କିମ୍ବା ପୃଷ୍ଠଭୂମିକୁ ଅସ୍ପଷ୍ଟ କରିବାକୁ ହୁଏ, ତାହେଲେ ସେଥିପାଇଁ ପୃଥକ ଲେବଲ୍ ଆବଶ୍ୟକ ହେବ ନାହିଁ । ଏହି ନିୟମ ଲାଗୁ କରିବାର କାରଣ ହେଉଛି ଲୋକେ ଏଆଇ ସହାୟତାରେ ଭୁଲ ତଥ୍ୟ କିମ୍ବା ମିଥ୍ୟା ଖବର ବିସ୍ତାର କରିପାରନ୍ତି । ସରକାର ସ୍ପଷ୍ଟ ଭାବେ କହି ସାରିଛନ୍ତି ଯେ ଏହି କମ୍ପାନୀ ନିଜେ ଆଗକୁ ଆସି ଏପରି ବିଷୟ ବସ୍ତୁକୁ ବନ୍ଦ କରିବା ପାଇଁ ଉପାୟ ଖୋଜିବେ । ଚଳିତ ବର୍ଷ ଭାରତ ଏବଂ ଆମେରିକା ଭଳି ବିଶାଳକାୟ ଗଣତାନ୍ତ୍ରିକ ଦେଶରେ ନିର୍ବାଚନ ହେବାକୁ ଯାଉଛି । ବିଷୟବସ୍ତୁ ପାଇଁ ଏଆଇ ଟାର୍ଗେଟ ମଧ୍ୟରେ ରହିଛି । ଏଭଳି ପରିସ୍ଥିତିରେ ୟୁଟ୍ୟୁବ ଏହା ଯାଞ୍ଚ କରିବ ଯେ ପୋଷ୍ଟ ହୋଇଥିବା ଭିଡ଼ିଓ ଯାହାକୁ ଏଆଇ ସହାୟତାରେ ପ୍ରସ୍ତୁତ କରାଯାଇଛି ତାହାର ଲେବଲ୍ ଅଛି ନାଁ ନାହିଁ । ୟୁଟ୍ୟୁବ ଠାରେ ମହଜୁଦ ରହିଥିବା ବିଷୟବସ୍ତୁ ସହିତ ଜଡିତ ଅନ୍ୟ କିଛି ସମସ୍ୟା ରହିଛି ଯାହାକୁ ପରିଚାଳନା କରିବା ଅତ୍ୟନ୍ତ କଷ୍ଟକର । ହେଲେ ଆଶା କରାଯାଉଛି ଆଜିର କୃତ୍ରିମ ବୁଦ୍ଧିମତା ଯୁଗରେ ଏପରି ବିଷୟ ବସ୍ତୁକୁ ଏକ ଉତ୍ତମ ଉପାୟରେ ପରିଚାଳିତ କରିହେବ ।

Advertisement

Leave a Reply

Your email address will not be published. Required fields are marked *