Pratidin TV

Odisha's Digital News Platform

ପୁଣି ଅଡୁଆରେ ଏଲଭିଶ୍ ଯାଦବ , ମନି ଲଣ୍ଡରିଂ ମାମଲା ରୁଜୁ ..

1 min read

ବଢିଲା ବିଗବସ ବିଜେତା ତଥା ଜଣାଶୁଣା ୟୁଟ୍ୟୁବର ଏଲଭିଶ୍ ଯାଦବଙ୍କ ଅଡୁଆ । ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେବଳ ସେତିକି ନୁହେଁ ତାଙ୍କ ପାଖରେ ଥିବା ଦାମୀ କାର ମଧ୍ୟ ଯାଞ୍ଚ କରିବ ଇଡି । ଏଥିସହ ତାଙ୍କୁ ଇଡି ଜେରା ମଧ୍ୟ କରିପାରେ । ଏଲ୍‌ଭିଶ ଯାଦବଙ୍କ ସମେତ ବଡ ବଡ ହୋଟେଲ ରିସର୍ଟ ଓ ଫାର୍ମ ହାଉସ୍ ମାଲିକଙ୍କୁ ମଧ୍ୟ ଇଡି ଜେରା କରିବ ।

ଇଡିର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ରାକେଟରେ ଜଡିତ ବିପୁଳ ପରିମାଣର ଅର୍ଥକୁ ଦୃଷ୍ଟିରେ ରଖି ସାପ ବିଷ ଯୋଗାଣ ମାମଲାରେ ଏଲଭିଶ ଯାଦବ ଏବଂ ଗିରଫ ହୋଇଥିବା ଅନ୍ୟମାନଙ୍କ ବିରୋଧରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ ବିଭାଗ ଅଧୀନରେ ଏକ ମାମଲା ରୁଜୁ କରିଛି । ଇଡି ଟିମ୍ ଏଲଭିଶ ଯାଦବ ଏବଂ ଏହି ମାମଲାରେ ଜଡିତ ଅନ୍ୟ ଲୋକମାନଙ୍କୁ ପଚରାଉଚରା କରିବ ।

Advertisement

ଗତ ମାର୍ଚ୍ଚ ୧୭ ତାରିଖରେ ସାପ ବିଷ ଯୋଗାଣ ମାମଲାରେ ଏଲଭିଶ ଯାଦବଙ୍କୁ ଗିରଫ କରାଯାଇଥିଲ । ଏହା ପରେ କୋର୍ଟ ତାଙ୍କୁ ୧୪ ଦିନ ନ୍ୟାୟିକ ହେପାଜତରେ ଲୁକସର ଜେଲକୁ ପଠାଇଥିଲେ । କିନ୍ତୁ ୫ ଦିନ ପରେ ଏହି ମାମଲାରେ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କୁ ସ୍ଥାନୀୟ କୋର୍ଟ ଜାମିନ ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *