Pratidin TV

Odisha's Digital News Platform

ଗରିବ ଲୋକଙ୍କ ପାଇଁ ଭଗବାନ ସାଜିଛନ୍ତି ୟୁଟ୍ୟୁବର ହର୍ଷ ସାଇ

1 min read

ଗରିବଙ୍କ କୁବେର ୟୁଟ୍ୟୁବର ହର୍ଷ ସାଇ | ଅତି ଗାରିବାରୁ ହେଲେ କୋଟିପତି | ତେବେ କେଉଁଠୁ ଆଣନ୍ତି ଏତେ ଟଙ୍କା | ତେବେ ୟୁଟ୍ୟୁବର ହର୍ଷ ସାଇ | ଯାହାଙ୍କୁ ଗରିବଙ୍କ କୁବେର ମଧ୍ୟ କୁହାଯାଏ | ରାସ୍ତାରେ ଯିବା ସମୟରେ ଗରିବ ଲୋକଙ୍କୁ ଦେଖିଦେଲେ ଦିଅନ୍ତି ସରପ୍ରାଇଜ | ରାତି ହେଉ କି ଦିନ ଆଖି ଖୋଲିବା ମାତ୍ରେ ପାଖରେ ଥାଏ ପୁଳା ପୁଳା ଟଙ୍କା ବିଡା | ଏବଂ ଏହି ଟଙ୍କା ପଛରେ ଥାନ୍ତି ୟୁଟ୍ୟୁବର ହର୍ଷ ସାଇ | ତେବେ ୟୁଟ୍ୟୁବର ହର୍ଷ ସାଇଙ୍କ ଭିଡ଼ିଓ ଏବେ ଶ୍ସଓସିଆଲ ମିଦୀରେ ବେଶ ଭାଇରାଲ ହେବାରେ ଲାଗିଛି | ଖାସ କରି ଛୋଟ ଛୁଆଙ୍କୁ ୫ ଷ୍ଟାର ହୋଟେଲରେ ଖୁଆଇବା ଭିଡ଼ିଓ ଆସଥିଲେ ସାମ୍ନାକୁ | ଏପରିକି ମଧ୍ୟ ସେ ଖୋଲିଥିଲେ ଫ୍ରି ପେଟ୍ରୋଲ ପମ୍ପ | ଯେଉଁଠାରେ ଲୋକମାନେ ପକାଉଥିଲେ ପେଟ୍ରୋଲ |

ସବୁବେଳେ ଉଚ୍ଚ ଆଶା ରଖିଥିବା ୟୁଟ୍ୟୁବର ହର୍ଷ ସାଇ ୧୯୯୯ ମସିହାରେ ମାର୍ଚ୍ଚ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ | ସେ ଗୀତମ ୟୁନିଭର୍ସିଟିରୁ ବି-ଟେକ ମଧ୍ୟ କରିଥିଲେ | ଏହାଛଡା ସେ ୨0୧୯ରେ ୟୁଟ୍ୟୁବରେ ଭିଡ଼ିଓ ପୋଷ୍ଟ କରିବା ଆରମ୍ଭ କରିଥିଲେ | ସେ ବର୍ତ୍ତମାନ ପାଖାପସଖି ୫ଟି ୟୁଟ୍ୟୁବ ଚାନେଲ ଚଳାଉଛନ୍ତି | ଯେଉଁଥିରେ ତେଲଗୁ, ମାଲାୟାଲାମ, କନ୍ନଡା, ତାମିଲ, ହିନ୍ଦୀ ପରି ଭାଷାରେ ଭିଡ଼ିଓ କରୁଛନ୍ତି |

Advertisement

ତେବେ ହର୍ଷ ସାଇ କୁହନ୍ତି ଯେ କଲେଜ ଟାଇମରେ ବିଶାଖାପାଟଣାରେ ସେ ୟୁଟ୍ୟୁବରେ ଫିଟନେସ ଉପରେ ଭିଡ଼ିଓ କରି ପୋଷ୍ଟ କରୁଥିଲେ | ଏହପରେ ୨0୨0 ରେ ସେ ଗ୍ରାଜୁଏଟ ହେଲା ପରେ ଧୀରର ଧୀରେ ଏଭଳି କିଛି କଣ୍ଟେଣ୍ଟ ତିଆରି କରି ୟୁଟ୍ୟୁବରେ ପକାଇଲେ ଯାହା ରାତାରାତି ମିଲିୟନ ଟଙ୍କା ରୋଜଗାର କରାଇଦେଲା | ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ ହର୍ଷ ସାଇଙ୍କ ୫ ଟି ଚାନେଲରେ ସବୁଥିରେ ୧ ମିଲିୟନ ଉର୍ଦ୍ଧ୍ବ ସସକ୍ରାଇବର ଅଛନ୍ତି | କେବଳ ସସକ୍ରାଇବ କରିନାହାନ୍ତି ତାଙ୍କର କରିଛନ୍ତି ପ୍ରଶଂସା | ତେବେ ହର୍ଷ ସାଇ ଜଣେ ୟୁଟ୍ୟୁବର କେବଳ ନୁହନ୍ତି ସେ ଜଣେ ସମାଜିକ କର୍ମୀ, ଅଭିନେତା ଓ ନୃତ୍ୟୁ କ୍ଷେତ୍ରରେ ବେଶ ଅଭିଜ୍ଞାତା ରହିଛି | ତେବେ ଯଦି ଟଙ୍କା କଥା ଆସେ ତେବେ ସେ ୟୁଟ୍ୟୁବ ଜରିଆରେ ଯେତିକି ଟଙ୍କା ରୋଜଗାର କକରନ୍ତି ତା’ ଠାରୁ ଅଧିକ ସ୍ପନସରସିପ ଓ ବ୍ରାଣ୍ଡ କୋଲାବରେସନ ଉପରେ ମଧ୍ୟ ଅଧିକ ଟଙ୍କା ରୋଜଗାର କରନ୍ତି |

Leave a Reply

Your email address will not be published. Required fields are marked *