Pratidin TV

Odisha's Digital News Platform

ଥାନାରେ ପହଞ୍ଚିଲା ୟୁଟ୍ୟୁବ୍ ଚ୍ୟାନେଲ କଳି ; ସାଙ୍ଗ ହୋଇ ୟୁଟ୍ୟୁବ୍ ଚଳାଇଥିଲେ ଏବେ ଟଙ୍କା ପାଇଁ ଥାନାରେ ଦୁଇ ବନ୍ଧୁ …..

1 min read

ଭୁବନେଶ୍ୱର ; ବାଲେଶ୍ୱରରେ ଫେମସ୍ ୟୂଟ୍ୟୁବର ମନ୍ମୟ ଦେଙ୍କୁ ନେଇ ବିବାଦ ସାମ୍ନାକୁ ଆସିଛି । ୨୦୧୯ ମସିହାରେ ସାର୍ଥକ ଟିଭିରେ ସିନେ ଷ୍ଟାର କି ଖୋଜ୍‌ରେ ଉଇନର ବନିଥିବା ମନ୍ମୟ ଦେ ୨୦୨୦ ରେ ନିଜର ଏକ ବନ୍ଧୂଙ୍କ ସହ ମିଶି ୟୂଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରିଥିଲେ । ସେଥିରେ ବିଭିନ୍ନ ପ୍ରସଙ୍ଗର ଭିଡିଓ ପୋଷ୍ଟ କରି ଖୁବ୍ ଚର୍ଚ୍ଚାକୁ ଆସିଥିଲେ । ଯାହା ଫଳରେ ସେମାନେ ୟୁଟ୍ୟୁବ୍‌ରୁ ଲକ୍ଷାଧିକ ଟଙ୍କା ଇନକମ୍ ମଧ୍ୟ କରୁଥିଲେ ।

ତେବେ ଏହି ଚ୍ୟାନେଲ ଆଗକୁ ବଢିବା ଯୋଗୁ ଏଥିରେ ମେମ୍ବର ମାନଙ୍କ ସଂଖ୍ୟା ୧୧ ରେ ପହଞ୍ଚିଥିଲା । ହେଲେ ବର୍ତ୍ତମାନ ଏହି ଚ୍ୟାନେଲକୁ ନେଇ କଥା ଥାନାରେ ପହଞ୍ଚିଛି । ମନ୍ମୟଙ୍କ ସହ କାମ କରୁଥିବା ମେମ୍ବର ମାନେ ଅଭିଯୋଗ ଆଣିଛନ୍ତି ଯେ ମନ୍ମୟ ଚ୍ୟାନେଲର ସବୁ ଟଙ୍କା ଖାଇଦେଇଛନ୍ତି ଆଉ ସେମାନଙ୍କୁ କିଛିବି ପାରିଶ୍ରମିକ ମିଳିନାହିଁ । ଅନ୍ୟପଟେ ମନ୍ମୟ ଏହାକୁ ବିରୋଧ କରି ଥାନାର ଦ୍ୱାରସ୍ତ ହୋଇଛନ୍ତି । ତେବେ ଦେଖିବା ବାକି ରହିଲା ଯେ ପୋଲିସ ପ୍ରକୃତ ସତ କେବେ ବାହାର କରୁଛି । ଆଉ କିଏ ପ୍ରକୃତରେ ସତ କହୁଛି ।

Advertisement

Leave a Reply

Your email address will not be published. Required fields are marked *