Pratidin TV

Odisha's Digital News Platform

ବନ୍ଧା ହେଲେ ୟୁଟ୍ୟୁବର ଦମ୍ପତି ; ପୋଲିସ ଆଗରେ ମୋନାଲିସା ଓ ସ୍ୱାମୀ ବଦ୍ରି ନାରାୟଣ କଲେ ଆତ୍ମସମର୍ପଣ ।

1 min read

ଯାଜପୁର ; ଆଜି ୟୁଟ୍ୟୁବର ମୋନାଲିସା ଭଦ୍ର ଓ ତାଙ୍କ ସ୍ୱାମୀ ବଦ୍ରି ନାରାୟଣ ଯାଜପୁର ରୋଡ଼ ବନବିଭାଗ କାର୍ଯ୍ୟାଳୟ ନିକଟରେ ଆତ୍ମସମର୍ପଣ କରିଛନ୍ତି । ବନ୍ୟଜନ୍ତୁଙ୍କ ସହ ଗଣମାଧ୍ୟମରେ ଫଟୋ ଓ ଭିଡିଓ ପୋଷ୍ଟ କରିବା ମୋନାଲିସାଙ୍କୁ ମହଙ୍ଗା ପଡିଛି ।

ଆହୁରୀ ପଢନ୍ତୁଘରୁ ଫେରାର୍ ହେଲେ ୟୁଟ୍ୟୁବର ମୋନାଲିସା ଭଦ୍ର , ବନବିଭାଗ ପକାଇଛି ରେଡ୍ ।

Advertisement

ନିକଟରେ ବନ ବିଭାଗ , ବନ୍ୟ ଜନ୍ତୁଙ୍କୁ ଘରେ ରଖିବା ଓ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ, ଭିଡିଓ ପୋଷ୍ଟ କରିବା ଘଟଣାରେ ୟୁଟ୍ୟୁବର ମୋନାଲିସା ଭଦ୍ରଙ୍କ ଘରେ ଚଢାଉ କରଥିବା ବେଳେ ଗିରଫ୍ ଭୟରେ ଦୁହେଁସ୍ୱାମୀ ସ୍ତ୍ରୀ ଘରୁ ଫେରାର୍ ହୋଇଯାଇଥିଲେ ।

ପୂର୍ବରୁ ମୋନାଲିସା ଟ୍ରକ୍ , ଟ୍ରାକ୍ଟର ,ବାଇକ୍ ଏବଂ ଘୋଢା ଚଲାଇ ଚର୍ଚ୍ଚାକୁ ଆସିଥିବା ବେଳେ , ନିକଟରେ ସେ ଘରେ ମାଙ୍କଡ ରଖିବା ସହ ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ଫଟୋ ପୋଷ୍ଟ କରୁଥିଲେ । ଏନେଇ ତାଙ୍କୁ ବାରମ୍ବାର ତାଗିଦ କରିବା ସତ୍ୱେ ସେ କିଛି ଶୁଣିନଥିଲେ । ପରେ ବନବିଭାଗ ତାଙ୍କ ଘରେ ରେଡ୍ କରିବା ସହ ଘରୁ ମାଙ୍କଡକୁ ଉଦ୍ଧାର କରିଥିଲା ।

Leave a Reply

Your email address will not be published. Required fields are marked *