Pratidin TV

Odisha's Digital News Platform

ଭାରତ ଭ୍ରମଣରେ ଆସି ଗରିବ ମହିଳାଙ୍କୁ ସହାୟତାର ହାତ ବଢାଇଲେ ଆମେରିକା ୟୁଟ୍ୟୁବର

1 min read

ଆଜିକାଲି ଅଧିକାଂସ ଯୁବପିଢି ୟୁଟ୍ୟୁବରେ ଭିଡିଓ କରିବାକୁ ପସନ୍ଦ କରୁଛନ୍ତି । ଏହି ପ୍ଲାଟଫର୍ମ ଜରିଆରେ ଖୁବ କମ ସମୟ ମଧ୍ୟରେ ୟୁଟ୍ୟୁବର ମାନେ ଲୋକପ୍ରିୟତା ହାସଲ କରିବା ସହ ଭଲ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି । ତେବେ ୟୁଟ୍ୟୁବରେ ସାଧାରଣତଃ ଲୋକମାନେ ନୂଆ ନୂଆ ସ୍ଥାନ ବା ଖାଦ୍ୟ ରେସିପି ଅନେକ କିଛି ଭିଡିଓ ବନାଇ ପୋଷ୍ଟ କରନ୍ତି । ସେହିପରି ଜଣେ ଆମେରିକୀୟ ୟୁଟ୍ୟୁବର୍ ଅନ୍ଲାଇନ୍ ଷ୍ଟ୍ରିମର ଡାରେନ୍ ଜେସନ୍ ୱାଟକିନ୍ସ ଜ୍ର ଭାରତ ଗସ୍ତ ସମୟରେ ଜଣେ ଭାତରୀୟ ମହିଳାଙ୍କ ହୃଦୟ ଜିତିଛନ୍ତି । ତାଙ୍କର ଏକ ହୃଦୟସ୍ପର୍ଶୀ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରାସ୍ତାରେ ଜଣେ ମା ତାର ପିଲାମାନଙ୍କ ସହ ଥିବା ବେଳେ ୟୁଟ୍ୟୁବର ତାଙ୍କୁ ଟଙ୍କା ବିଡା ଦେଇଥିଲେ । ଏହା ପରେ ମହିଳା ଜଣକ ଖୁସିରେ କାନ୍ଦିବାକୁ ଲାଗିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ପଦାକୁ ଆସିଛି । ଯେଉଁଥିରେ ଲୋକମାନେ ୟୁଟ୍ୟୁବରଙ୍କର ବେଶ ପ୍ରଶଂସା କରିଥିଲେ । ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରଥମେ ସେହି ୟୁଟ୍ୟୁବର୍ ତାଙ୍କ କାରରୁ ବାହାରି ସେହି ମହିଳାଙ୍କୁ ଭେଟିଥିଲେ । ପରେ ମହିଳାଙ୍କର ହାତରେ ଟଙ୍କା ବିଡା ଧରାଇ ଦେଇଥିଲେ । ତେବେ ମହିଳାଙ୍କୁ ୟୁଟ୍ୟୁବର ଆର୍ଥିକ ସହାୟତା କରିଥିବା ବେଳେ ମହିଳା ଜଣକ ଖୁସିରେ କାନ୍ଦି ପକାଇଥିଲେ । ତେବେ ଉକ୍ତ ମହିଳାଙ୍କର ସ୍ୱାମୀ ତାଙ୍କୁ ଛାଡିଦେଇଥିବା ବେଳେ ସେ ନିଜ ପିଲାଙ୍କୁ ଧରି ବହୁ ଅଭାବରେ ଦିନ କାଟୁଥିଲେ । ସେ ୟୁଟ୍ୟୁବର ଜଣକ ମହିଳାଙ୍କୁ ଅର୍ଥିକ ସହାୟତା ଯୋଗଇ ଦେଇଥିବା ବେଳେ ଲୋକମାନେ ତାଙ୍କୁ ବହୁତ ପ୍ରଶଂସା କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *