Pratidin TV

Odisha's Digital News Platform

ବାଂଲାଦେଶ ରେ ଶାନ୍ତି ଫେରାଇ ଆଣିବାକୁ ମାଆ ଢାକେଶ୍ୱରୀଙ୍କ ଶରଣରେ ୟୁନୁସ..

ଅଶାନ୍ତ ବାଂଲାଦେଶ ରେ ଶାନ୍ତି ଫେରାଇବା ପାଇଁ ମା ଢାକେଶ୍ୱରୀଙ୍କ  ଶରଣରେ ୟୁନୁସ  ।   ଏହା ସହିତ ଢାକାରେ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ନେତାଙ୍କ ସହ ୟୁନୁସ୍ ମଧ୍ୟ ସାକ୍ଷାତ କରିଛନ୍ତି । ଥିସହ ସମସ୍ତଙ୍କୁ ସମାନ ଅଧିକାରର ବାର୍ତ୍ତା ଦେଇଛନ୍ତି। ଦେଶରେ ଚାଲିଥିବା ହିଂସା ମଧ୍ୟରେ କିଛି ଆନ୍ଦୋଳନକାରୀ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିବା ସହ ହିନ୍ଦୁଙ୍କୁ ଟାର୍ଗେଟ କରିଥିଲେ। ସେମାନଙ୍କ ଘର ଭାଙ୍ଗି ଦେବା ସହ ଦୋକାନରେ ଭଙ୍ଗାରୁଜା କରିଥିଲେ। ଏହା ପରେ ହଜାର ହଜାର ସଂଖ୍ୟାକ ହିନ୍ଦୁ ଏକତ୍ରିତ ହୋଇ ଗତକାଲି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିଥିଲେ। ଏସବୁ ମଧ୍ୟରେ ବାଂଲାଦେଶରେ ଚାଲିଥିବା ମଧ୍ୟବର୍ତ୍ତୀକାଳୀନ ସରକାରର ପ୍ରଧାନମନ୍ତ୍ରୀ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସୁ ରାଜଧାନୀ ଢାକାରେ ଥିବା ଢାକେଶ୍ୱରୀ ମନ୍ଦିର ପରିଦର୍ଶନ କରିଛନ୍ତି।

ଏହି ସମୟରେ ସେ ହିନ୍ଦୁ ଗୋଷ୍ଠୀ ଏବଂ ବାଂଲାଦେଶ ଉଦଯାପନ ପରିଷଦ ଏବଂ ମହାନଗର ସାର୍ବଜନୀନ ପୂଜା କମିଟି ମୁଖ୍ୟମାନଙ୍କୁ ଭେଟିଛନ୍ତି। ଏବଂ ପୀଡିତମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଯୋଜନା କରିଛନ୍ତି। ମହମ୍ମଦ ଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିବା ସହ କହିଛନ୍ତି ଯେ ସେମାନେ ଆମର ଭାଇ। ଆମେ ସଭିଏଁ ଗୋଟିଏ ଦେଶର ନାଗରିକ। ଏପରିସ୍ଥଳେ ଧର୍ମକୁ ନେଇ କୌଣସି ଭେଦଭାବକୁ ସହ୍ୟ କରାଯିବ ନାହିଁ। ଧାର୍ମିକ ବ୍ୟାପାର ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ଅବୁଲ ଫାଏଜ ମହମ୍ମଦ ଖାଲିଦ ହୋସେନ ପ୍ରଶାସନର ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ପ୍ରତିଥିବା ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିବା ସହ ହିନ୍ଦୁ ତଥା ଅନ୍ୟାନ୍ୟ ସଂଖ୍ୟାଲଘୁଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛନ୍ତି। ଏଭଳି କାଣ୍ଡ ଭିଆଇଥିବା ଲୋକଙ୍କୁ ଅପରାଧୀ ବୋଲି ବର୍ଣ୍ଣନା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରାଯିବା ପରେ ସେ ଦେଶରୁ ପଳାୟନ କରିଥିଲେ। ହାସିନା ବର୍ତ୍ତମାନ ଏକ ଅଜ୍ଞାତ ସ୍ଥାନରେ ଭାରତରେ ଥିବାବେଳେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *