Pratidin TV

Odisha's Digital News Platform

ବୃକ୍ଷ ରୋପଣ ସହ କ୍ୟାନ୍ସର ପୀଡିତାଙ୍କୁ ଆର୍ଥିକ ସହାୟତା କଲେ ୟୁରେକା NGO….

ନୀଳଗିରି ; ବାଲେଶ୍ୱର ଜିଲ୍ଲା ନୀଳଗିରି ରେ ୟୁରେକା ଏନଜିଓ ସଂସ୍ଥା ଅନେକ ସମୟରେ ନିରନ୍ତର ସେବା ଯୋଗାଇବା ସହ ବହୁ ଜନମଙ୍ଗଳ କାର୍ଯ୍ୟ କରି ବେଶ ପ୍ରଶଂସା ସାଉଁଟିଛି। ସେଥି ପାଇଁ ଅନେକ ସମୟରେ ବହୁ ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଦ୍ଵାରା ବିଭିନ୍ନ ସ୍ଥାନରେ ୟୁରେକା ସଂସ୍ଥାକୁ ସମ୍ମାନିତ କରାଯାଇଛି । ଆଜି ଏନଏସି ୧ନଂ ୱାର୍ଡ ଠାରେ ୟୁରେକା ଏନଜିଓ ସଂସ୍ଥା ପକ୍ଷରୁ ବୃକ୍ଷ ରୋପଣ କରାଯାଇଛି ।

ଏଥିରେ ୟୁରେକା ଏନଜିଓର ଅଧଃକ୍ଷ ନିତ୍ୟନଦ ଦାସ , ତାଙ୍କ ସହଯୋଗୀ ପ୍ରଫୁଲ କୁମାର ପରିଛା ,ହିମାଂଶୁ ଦାସ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ । ପରେ ନୀଳଗିରି ଏନଏସି ଅଧିନ ୮ ନଂ ୱାର୍ଡ ଠାରେ କିଛି ମାସ ପୂର୍ବରୁ କ୍ୟାନ୍ସର ରୋଗରେ ପୀଡିତା ନନ୍ଦିନୀ ବେହେରାଙ୍କୁ ଆର୍ଥିକ ସାହାଯ୍ୟ କରିଥିଲେ ଏବଂ ପ୍ରତିଶ୍ରୁତି ଦେଇଛନ୍ତି ଆଗାମୀ ଦିନରେ ନନ୍ଦିନୀର ମେଡ଼ିସିନ,ପାଠ ପଡିବା ପାଇଁ ଖର୍ଚ୍ଚ ଯୋଗାଇ ଦିଆଯିବ ବୋଲି ୟୁରେକା ଏନଜିଓ ସଂସ୍ଥାର ଅଧଃକ୍ଷ ନିତ୍ୟାନନ୍ଦ ଦାସ କହିଛନ୍ତି । ଏହା ସହ ଆଗକୁ ୟୁରେକା ଏନଜିଓ ସର୍ବଦା ସମାଜର ମଙ୍ଗଳ କାର୍ଯ୍ୟ କରିବା ସହ ଦୁଃଖୀ ଗରିବଙ୍କ ସେବାଠୁ ଆରମ୍ଭ କରି ସହରକୁ ସଫା ସୁତାର ରଖିବା ସହିତ ଅନେକ ସମୟରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବ ବୋଲି ଲକ୍ଷ ରଖିବ ବୋଲି ଅଧଃକ୍ଷ ଶ୍ରୀ ନିତ୍ୟନନ୍ଦ ଦାସ କହିଛନ୍ତି ।

Leave a Reply

Your email address will not be published. Required fields are marked *