Pratidin TV

Odisha's Digital News Platform

ସ୍ତନ କର୍କଟର ବିଜ୍ଞାପନରେ Breast କୁ Orange କହି ଫସିଲା ଯୁବରାଜ ସିଂଙ୍କ ଏନ୍‌ଜିଓ…

1 min read

ସ୍ତନ କର୍କଟ ସମ୍ବନ୍ଧରେ ସଚେତନତା ଅଭିଯାନ ପରେ ନିନ୍ଦିତ ହେଲେ ଭାରତୀୟ କ୍ରିକେଟର ଯୁବରାଜ ସିଂ।  ଦିଲ୍ଲୀ ମେଟ୍ରୋରେ ଦିଆଯାଇଥିବା ବିବାଦୀୟ ବିଜ୍ଞାପନ ପାଇଁ ସେ ହୋଇଛନ୍ତି ସମାଲୋଚିତ । ଉକ୍ତ ବିଜ୍ଞାପନରେ ସ୍ତନକୁ ‘ଅରେଞ୍ଜ’ ଭାବେ ଦର୍ଶାଯାଇଥିଲା। ଏଭଳି ଲଜ୍ଜାକର ବିଜ୍ଞାପନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା। ଏହା ଜାଣିବା ପରେ ଦିଲ୍ଲୀ ମେଟ୍ରୋ କର୍ତ୍ତୃପକ୍ଷ ଉକ୍ତ ବିଜ୍ଞାପନକୁ ହଟାଇ ଦେଇଛନ୍ତି। ଏଆଇ ପ୍ରସ୍ତୁତ ଉକ୍ତ ବିବାଦୀୟ ବିଜ୍ଞାପନରେ ଜଣେ ଯୁବତୀ ବସ୍‌ ରେ  ଯାଉଥିବାବେଳେ ହାତରେ ଦୁଇଟି କମଳା ଧରିଛନ୍ତି। ତାଙ୍କ ଚାରିପଟେ ବୟସ୍କା ମହିଳାମାନେ ବସିଥିବାବେଳେ ଜଣେ ମହିଳାଙ୍କ ହାତରେ କମଳା ଝୁଡ଼ି ରହିଛି।

ଉକ୍ତ ଫଟୋ ତଳେ ସ୍ଲୋଗାନ ଲେଖାଯାଇଛି, ‘ଚେକ୍‌ ୟୋର୍‌ ଅରେଞ୍ଜସ୍‌ ଓ୍ବାନ୍ସ ଏ ମନ୍ଥ’। ଯଦି ଆମେ ସ୍ତନ ଶବ୍ଦ ବ୍ୟବହାର କରିପାରିବା ନାହିଁ, ତେବେ ଦେଶରେ ସ୍ତନ କର୍କଟ ସମ୍ପର୍କରେ ସଚେତନତା କିପରି ସୃଷ୍ଟି କରିବା ବୋଲି ଏକ ପୋଷ୍ଟରେ ଏକ୍ସ ଆକାଉଣ୍ଟ କନ୍‌ଫୁଡିଅସ୍‌ ସମାଲୋଚନା କରିଛି।

Advertisement

ଏହି ଫଟୋକୁ ଉଠାଇ ଏକ୍ସରେ ପୋଷ୍ଟ କରିଛନ୍ତି, ସେ ଲେଖିଛନ୍ତି- ଆମେ ଯଦି ସ୍ତନକୁ ‘ସ୍ତନ’ ବୋଲି କହିବାକୁ ଲାଜ କରୁଛନ୍ତି, ତା’ହେଲେ ସ୍ତନ କର୍କଟ ସଂପର୍କରେ କିଭଳି ଭାବେ ଲୋକଙ୍କୁ ସଚେତନ କରିପାରିବା? ଏହା ଲଜ୍ଜାଜନକ। ସୋସିଆଲ ମିଡିଆ ୟୁଜର୍ସ ଦିଲ୍ଲୀ ମେଟ୍ରୋ କୋଚ ଭିତରେ ଲାଗିଥିବା ପୋଷ୍ଟରର ଚିତ୍ର ସେୟାର କରି ଏହାକୁ ସମାଲୋଚନା କରିଛନ୍ତି। ପୋଷ୍ଟର ଏବଂ ଶବ୍ଦର ଅପବ୍ୟବହାର ପାଇଁ ୟୁଜର୍ସ ଯୁବରାଜ ସିଂଙ୍କ ସଂଗଠନ ତଥା ଦିଲ୍ଲୀ ମେଟ୍ରୋକୁ ସମାଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *