Pratidin TV

Odisha's Digital News Platform

ଆଇପିଏଲକୁ ଫେରିବେ ଯୁବରାଜ ସିଂ ! ଏହି ଟିମ ରେ ହେବେ ସାମିଲ ..

ଆଇପିଏଲକୁ ଫେରିବେ ପୂର୍ବତନ ଭାରତୀୟ ଖେଳାଳି ଯୁବରାଜ ସିଂ !କ୍ରିକେଟରୁ ବିଦାୟ ନେବା ପରେ ପୁଣିଥରେ ଆଇପିଏଲ  ସହ ଯୋଡ଼ି ହେବାକୁ ଚାହୁଁଛନ୍ତି ଭାରତର ବିଶ୍ୱକପ ବିଜେତା । ରିପୋର୍ଟ ଅନୁଯାୟୀ , ଯୁବରାଜ ସିଂ ଗୁଜରାଟ ଟାଇଟନ୍ସର ମୁଖ୍ୟ କୋଚ୍ ହେବେ ବୋଲି ଚର୍ଚ୍ଚା ହେଉଛି । ସେହିପରି ଗୁଜୁରାଟ ଟାଇଟାନ୍ସର କୋଚ୍ ଆଶିଷ ନେହେରା ଏବଂ ନିର୍ଦ୍ଦେଶକ ବିକ୍ରମ ସୋଲାଙ୍କି ଦଳ ରୁ ବିଦାୟ ନେଇପାରନ୍ତି । ଆଇପିଏଲ୍ ୨୦୨୫ ମେଗା ନିଲାମ ପୂର୍ବରୁ ହୋଇପାରେ ଏହି ବଡ ଫଇସଲା  ଯୁବରାଜ ନେଇପାରନ୍ତି । ସୁଚନା ଅନୁଯାୟୀ, ବର୍ତ୍ତମାନ ଗୁଜୁରାଟ ଟାଇଟନ୍ସ ମ୍ୟାନେଜମେଣ୍ଟ ଯୁବରାଜ ସିଂଙ୍କ ସହ ଯୋଗାଯୋଗ କରିଛି ।

ସମ୍ପ୍ରତି ଯୁବରାଜ ସିଂ ସମଗ୍ର ବିଶ୍ୱରେ ଅବସରପ୍ରାପ୍ତ ଖେଳାଳିଙ୍କ ଲିଗରେ ଭାଗ ନେଉଛନ୍ତି । କିନ୍ତୁ ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ ତାଙ୍କୁ ଜଣେ ପ୍ରଶିକ୍ଷକ ଭୂମିକାରେ ଦେଖିବାକୁ ମିଳିବ । ତେବେ ଆଇପିଏଲରେ ଯୁବରାଜ ସିଂଙ୍କର ମଧ୍ୟ ଭଲ ଅଭିଜ୍ଞତା ରହିଛି। ଯୁବରାଜ ୧୩୨ ଆଇପିଏଲ୍ ମ୍ୟାଚରେ ୨୭୫୦ ରନ୍ ସଂଗ୍ରହ କରିଛନ୍ତି । ଏହାରି ଭିତରେ ୟୁଭିଙ୍କ ବ୍ୟାଟରୁ ୧୩ ଅର୍ଦ୍ଧ ଶତକ ମଧ୍ୟ ଆସିଥିଲା । ଯୁବରାଜ ପଞ୍ଜାବ, ହାଇଦ୍ରାବାଦ, ପୁଣେ ୱାରିୟର୍ସ, ଆରସିବି, ମୁମ୍ବାଇ ଇଣ୍ଡିଆନ୍ସ ଭଳି ଦଳ ପାଇଁ ମଧ୍ୟ ଖେଳିଛନ୍ତି ।  ଯଦି ଯୁବରାଜ ସିଂ ଗୁଜୁରାଟ ଟାଇଟନ୍ସର ମୁଖ୍ୟ କୋଚ୍ ହୁଅନ୍ତି, ତେବେ ସେ ବିପୁଳ ପରିମାଣର ଅର୍ଥ ପାଇବେ । ଗୁଜୁରାଟ ଟାଇଟନ୍ସ ଆଶିଷ ନେହେରାଙ୍କୁ ପ୍ରତି ସିଜନରେ ୩.୫କୋଟି ଟଙ୍କା ଦେଉଥିଲା। ଯୁବରାଜଙ୍କ ପାଇଁ ଏହି ପରିମାଣ ବୃଦ୍ଧି ହୋଇପାରେ ବୋଲି ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *