ଟି-୨୦ ସିରିଜରୁ କଟିଲା ଚହଲଙ୍କ ନାଁ, ଲିଷ୍ଟ ଆସିବା ପରେ ସୋସିଆଲ ମିଡିଆରେ ପୋଷ୍ଟ କଲେ ଇମୋଜୀ ..
1 min readଆଇସିସି ବିଶ୍ୱକପ ୨୦୨୩ ଶେଷ ହେବାର ଦିନକ ପରେ ବିସିସିଆଇ ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ଘୋଷଣା କରିଛି। ତେବେ ଏହି ସିରିଜ ପାଇଁ ଭାରତର ଦାୟିତ୍ୱ ସୂର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇଛି । ତେବେ ବରିଷ୍ଠ ଖେଳାଳୀଙ୍କୁ ଏଥିରୁ ବିଶ୍ରାମ ଦିଆଯାଇଛି । ତେବେ ଭାରତର ଟି-୨୦ ଟିମରେ ସେହି ଖେଳାଳୀଙ୍କ ଚୟନ କରାଯାଇ ନାହିଁ ଯାହାର ନାଁରେ ଟି-୨୦ ଅର୍ନ୍ତଜାତୀୟ କ୍ରିକେଟରେ ଭାରତ ପାଇଁ ସବୁଠାରୁ ଅଧିକ ୱିକେଟ ନେଇଥିବାର ରେକର୍ଡ ରହିଛି। ତେବେ ସେହି ଖେଳାଳୀ ଆଉ କେହି ନୁହେଁ ସେ ହେଉଛନ୍ତି ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ । ତାଙ୍କ ବଦଳରେ ରବି ବିଶୋଇଙ୍କୁ ଚାନ୍ସ ମିଳିଛି । ତେବେ ଏହି ଲିଷ୍ଟ ଆସିବା ପରେ ଚହଲଙ୍କ ନାଁ ନଥିବା ଜାଣି ସେ ସୋସିଆଲ ମିଡିଆରେ ଏକ ରିଆକ୍ସନ ଦେଇଛନ୍ତି । ସେ ଏକ ସ୍ମାଇଲି ଇମୋଜି ପୋଷ୍ଟ କରିଛନ୍ତି ।
ତେବେ ଏହି ଇମୋଜି ଦେଖି ଅନୁମାନ କରାଯାଉଛି ଯେ କିଛି କଥା ନାହିଁ ଭବିଷ୍ୟତରେ ସେ ଟିମରେ ନିଜ ଜାଗା ପୁଣି ଥରେ ବନାଇ ଦେବେ । ତେବେ ଦଳରେ ତାଙ୍କର ଚୟନ ନହେବା ମଧ୍ୟ ଦର୍ଶାଉଛି ଯେ ତାଭ୍କୁ ଟି-୨୦ ବିଶ୍ୱକପ୨୦୨୪ ପାଇଁ ବିବେଚନା କରାଯବି ନାହିଁ ।